ଆକାଶରୁ ସେଲଫି ନେବ ସ୍ମାର୍ଟଫୋନ । ଡ୍ରୋନ କ୍ୟାମେରା ଭଳି କାମ କରିବ ଫୋନ କଭର

41

ପ୍ରତିଦିନ ବିଜ୍ଞାନର ଅଗ୍ରଗତି ହେବାରେ ଲାଗିଛି । ଆଉ ଏହାର ସୁଫଳ ପାଉଛନ୍ତି  ସାଧାରଣ ଜନତା ।  ପ୍ରତିଦିନ ନୂଆନୂଆ ଟେକ୍ନୋଲୋଜିର ଲାଭ ଉଠାଉଛନ୍ତି ସାଧାରଣ ଲୋକ । ୨୦୧୮ରେ ଅନୁଷ୍ଠିତ ହୋଇଥିବା କଂଜ୍ୟୁମର ଇଲେକଟ୍ରୋନିକ ସୋ (ସିଇଏସ)ରେ ଟେକ୍ନୋଲୋଜି କମ୍ପାନିମାନେ ନିଜର ନୂଆ ପ୍ରଡକ୍ଟକୁ ଦେଖାଇଥିଲେ । ତେବେ ଏହି ସବୁ ସାମଗ୍ରୀ ମଧ୍ୟରୁ ଗୋଟିଏ ପ୍ରଡକ୍ଟ ହେଉଛି  କ୍ୟାମେରା ସେଲ୍ପି ଫୋନ ଏହା ଜାଣିଲା ପରେ ଆପଣ ଆଶ୍ୱର୍ଯ୍ୟ ହୋଇଯିବେ । ଏହି କ୍ୟାମେରାରେ କେସ ଡ୍ରୋନ ରହିଛି । ଏହାକୁ ଲାସ ବେଗସ ନାଁରେ ବଜାରକୁ ଛଡାଯାଇଛି ।

ସେଲଫି କେମରା ନିର୍ମାତା କମ୍ପାନି ଏଲଏଲସି । ଏହା ଗୋଟିଏ ସ୍ମାର୍ଟଫୋନ । ଏହି ଫୋନରେ  ଡ୍ରୋନ କ୍ୟାମେରା ରହିଛି । ଏହାକୁ ସେଲଫି ନେବା ପାଇଁ ଡିଜାଇନ କରାଯାଇଛି । କେବଳ ବଟମକୁ କ୍ଲିକ କରିବା ମାତ୍ରେ ଏ.ଇ.ଇ. ସେଲଫି ଆକସନରେ ସେଲଫି ଡ୍ରୋନ ଆସିଯିବ । ଏହାକୁ ଥରେ କ୍ଲିକକରିବା ମାତ୍ରେ ଆପଣ ଯେଉଁଭଳି ପୋଜରେ ଫଟୋ ଉଠେଇବା ପାଇଁ ଚାହୁଁଥିବେ ଫଟୋ ଉଠାଇପାରିବେ । କେବଳ ସେତିକି ନୁହେଁ, ବ୍ୟବହାରକାରିମାନେ ପରେ ବି ଫଟୋକୁ ଯେଭଳି ଷ୍ଟାଇଲରେ କରିବାକୁ ଚାହିଁବେ ସେହିଭଳି ଷ୍ଟାଇଲରେ କରିପାରିବେ ।

ଏ.ଇ.ଇ ସେଲଫି ଡ୍ରୋନ ସ୍ମାର୍ଟଫୋନ କେସ ୪ରୁ ୬ ଇଂଚ ସ୍ମାର୍ଟଫୋନ ପାଇଁ ଡିଜାଇନ କରାଯାଇଛି । ଏହି ସ୍ମାର୍ଟ ଫୋନରେ ଫୋଲ୍ଡିଂ ବ୍ୟବସ୍ଥା ମଧ୍ୟ ରହିଛି । ଫୋନରେ ଥିବା ଷ୍ଟାବ୍ଲିଇଜେସନ ଟେକ୍ନୋଲୋଜି ଦ୍ୱାରା ଗତିକରିବା ସମୟରେ ବିଭିନ୍ନ ଷ୍ଟାଇଲରେ ଫଟୋ କ୍ଲିକ କରିପାରିବେ । ଏହି ଫୋନରେ ମଧ୍ୟ ଆପଣ  ଫୁଲ ଏଚଡି ଭିଡିଓ ଉଠେଇ ପାରିବେ । ଏହି ସେଲଫି ଡ୍ରୋନ ମାତ୍ର ଚାରିମିନିଟ ପାଇଁ ଉଡିପାରିବ । ପ୍ରତି ଅଧ ଘଂଟାରେ ଫୋନକୁ ଚାର୍ଜ କରିବାକୁ ପଡିବ । କମ୍ପାନୀ କହିବା ଅନୁସାରେ ଏହି ପ୍ରଡକ୍ଟ ଦୁନିଆରେ ପ୍ରଥମ ଥର ପାଇଁ ନିର୍ମାଣ କରାଯାଇଛି ।