ଟେକନିକ୍ ଓ ଫ୍ୟାଶନର ହୋଇଛି ମିଳନ । ‘ସ୍ମାର୍ଟ’ ଫୋନ୍, ଘଡି ପରେ ଏବେ ବଜାରକୁ ଆସୁଛି ସ୍ମାର୍ଟ କପଡା, ଜାଣନ୍ତୁ ଏହାର ବିଶେଷତ୍ୱ

42

ଫୋନ, ଘଡି ଓ ପାଖାପାଖି ଆଖପାଖର ସମସ୍ତ ଜିନିଷ ‘ସ୍ମାର୍ଟ’ ହେବାପରେ ଏବେ ଆପଣଙ୍କ କପଡା ମଧ୍ୟ ସ୍ମାର୍ଟ ହେବାକୁ ଯାଉଛି । ଫ୍ୟାଶନ ବ୍ରାଣ୍ଡ ଟମି ହିଲଫିଗର ଏକ ନୂଆ ‘ସ୍ମାର୍ଟ’ କ୍ଲୋଥିଙ୍ଗ ରେଂଜ ଲଂଚ କରିଛି, ଯାହା ଇନ୍-ବିଲ୍ଟ ବ୍ଲୁଟୁଥ ଚିପ୍ ସହିତ ଆସେ । ଅର୍ଥାତ୍ ଏହି କପଡା ଆପଣଙ୍କ ପ୍ରତ୍ୟେକ ଚାଲିଚଳନକୁ ଟ୍ରାକ୍ କରିବ ।

ନିକଟରେ ଲଂଚ ହୋଇଥିବା ଏହି ନୂଆ ରେଂଜ ସାରା ଦୁନିଆର ଧ୍ୟାନ ଆକର୍ଷଣ କରିବା ଆରମ୍ଭ କରିଦେଇଛି । ଏହି ପ୍ରକାରର ପ୍ରୟାସ କରିବାରେ ଏହି ବ୍ରାଣ୍ଡ ପ୍ରଥମ ।

ଏହି ନୂଆ ରେଂଜର ଜ୍ୟାକେଟ ଓ ଟ୍ରାକସୁଟ୍ ରେ ବ୍ଲୁଟୁଥ ଚିପ୍ ଥିବ, ଯାହା ଆପଣଙ୍କୁ ଜଣାଇବ କି ଆପଣ ଏହି ଡ୍ରେସ୍ କୁ କେତେ ଥର ପିନ୍ଧିଛନ୍ତି । ଏ ପ୍ରକାରର ଡ୍ରେସ୍ ପାଇଁ ଲୋକ ଖୁସି ଅଛନ୍ତି, କିନ୍ତୁ ପ୍ରାଇଭେସି ଓ ଟ୍ରାକିଙ୍ଗକୁ ନେଇ ଚିନ୍ତାରେ ବି ଅଛନ୍ତି । କମ୍ପାନୀ ଦାବି କରିଛି ଯେ, ଏଥିରେ ଯାହା ବି ଡାଟା ଥିବ, ତାହା ଏନକ୍ରିିପ୍ଟେଡ ହେବ, ଅର୍ଥାତ୍ ଏହା କୈାଣସି ବି ତୃତୀୟ ପକ୍ଷଙ୍କ ସହ ସେୟାର କରାଯାଇପାରିବନି । ଏବଂ ୟୁଜର୍ସ ଟ୍ରାକିଙ୍ଗକୁ ବନ୍ଦ ବି କରିପାରିବେ ।

ଟମି ହିଲଫିଗରଙ୍କ ଏହି କଲେକ୍ସନରେ ୨୩ଟି ଆଇଟମ୍ ଅଛି । ମହିଳା ଓ ପୁରୁଷ ଉଭୟଙ୍କ ପାଇଁ ହୁଡି, ଜ୍ୟାକେଟ, ଟି ସାର୍ଟ, ଜ୍ୟାକେଟ ଓ ଜିନ୍ସ ଏହି କଲେକ୍ସନର ଅଂଶ ବିଶେଷ ହେବ । ଏହା ଟେକନିକ୍ ଓ ଫ୍ୟାଶନର ମିଳନର ଭଲ ନମୂନା ।

ମୂଲ୍ୟ :

ହୁଡିଜ୍ – ୯୯ ଡଲାର(ପାଖାପାଖି ୬,୮୩୧ ଟଙ୍କା )

ଜିନ୍ସ – ୯୯ ଡଲାର(ପାଖାପାଖି ୬,୮୩୧ ଟଙ୍କା )

ଟି ସାର୍ଟ – ୩୯ ଡଲାର (ପାଖାପାଖି ୨,୬୯୧ ଟଙ୍କା)

ଏହା ବ୍ୟତୀତ ଲିଭାଇସ୍ ବି ସ୍ମାର୍ଟ ଜ୍ୟାକେଟ୍ ତିଆରି କରିବା ପାଇଁ ଗୁଗଲ ସହିତ ଅନୁବନ୍ଧ କରିଛନ୍ତି । ଏଥିରେ ବି ଆପଣ ବ୍ଲୁଟୁଥ ଜରିଆରେ ମ୍ୟୁଜିକ୍ , ଜିପିଏସ୍ ଓ ମେସେଜ ଦ୍ୱାରା ସଂଯୋଗ କରିପାରିବେ ।