ସ୍ମାର୍ଟ ହେବ ସରକାରୀ ବିଦ୍ୟାଳୟ କ୍ଲାସ୍ରୁମ ! ତିଆରି ହେବ ଉନ୍ନତମାନର କ ମ୍ୟୁଜିକ୍ ହଲ ଓ ଖେଳ ପଡିଆ

ସ୍ମାର୍ଟ କ୍ଲାସରୁମ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୭ଟି ସ୍କୁଲ ଚିହ୍ନଟ କରାଯାଇଛି ।

351

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟ କ୍ଲାସ୍ରୁମର ରୂପରେଖ ବଦଳିବ । ସ୍ମାର୍ଟ ହେବ ସ୍କୁଲର କ୍ଲାସ୍ ରୁମ୍ । ମ୍ୟୁଜିକ୍ ହଲ ଓ ଖେଳ ପଡିଆକୁ ମଧ୍ୟ ଉନ୍ନତମାନର କରାଯିବ । ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ମାର୍ଟ କ୍ଲାସ୍ରୁମ୍ । ସରାକରୀ ସ୍କୁଲ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରେଣୀ ଗୃହ ଉପରେ ଫୋକସ୍ କରିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ସମ୍ବଲପୁର ପ୍ରଶାସନ ଯୋଜନା ପ୍ରସ୍ତୁତ କରିସାରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଦାନ ରାଶି ମିଳି ସାରିଛି । ଖୁବ ଶୀଘ୍ର ଆରମ୍ଭ ହେବାରୁ ଯାଉଛି ସ୍ମାର୍ଟ କ୍ଲାସ ରୁମ୍ ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ସ୍ମାର୍ଟ କ୍ଲାସରୁମ୍ ପାଇଁ ପ୍ରଥମ ପର୍ଯ୍ୟାୟରେ ୭ଟି ସ୍କୁଲ ଚିହ୍ନଟ କରାଯାଇଛି । ସ୍କୁଲରେ ଲାଗିବ ଆଧୁନିକ ଅଡ଼ିଓ ଭିଡ଼ିଓ ସିଷ୍ଟମ, ୨୪ ଘଣ୍ଟା ଇଂଟରନେଟ୍ ସେବା, ଉବଲବ୍ଧ ହେବ ଏସି ଓ ଉପଯୁକ୍ତ ଲାଇଟ୍ ବ୍ୟବସ୍ଥା । ସ୍ମାଟ୍ କ୍ଲାସ୍ରୁମ୍ ସହ ମ୍ୟୁଜିକ ସିଷ୍ଟମ୍ ହଲ୍ ଓ ଆଧୁନିକ ଖେଳ ରୁମ ତିଆରି ହେବ । ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ସ୍ୱତନ୍ତ୍ର ତାଲିମ ଦିଆଯିବ । ଏଥିପାଇ ଜିଲ୍ଲା ପ୍ରଶାସନକୁ ହୁଡ଼କ ସଂସ୍ଥା ତରଫରୁ ୭୦ ଲକ୍ଷ ଟଙ୍କ ଅନୁଦାନ ମିଳିସାରିଛି । ବାକି ପଇସା ରାଜ୍ୟ ସରକାର ଖର୍ଚ୍ଚା କରିବ ।