ନୂଆ ରୂପରେ ସଜେଇ ହେବ ସ୍ମାଟସିଟିର ବସଷ୍ଟପ୍ : ଅତ୍ୟାଧୁନିକୀକରଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା

55

କନକ ବ୍ୟୁରୋ : ସ୍ମାଟସିଟିର ବସଷ୍ଟପ ଗୁଡ଼ିକର ନବଗକଳେବର ହେବ । ଆଉ ଭଙ୍ଗାଦଦରା ବସଷ୍ଟପ୍ ଦେଖିବା ପାଇଁ ମିଳିବ ନାହିଁ । ବିଶ୍ୱକପ୍‌ ହକି ପୂର୍ବରୁ ବଦଳିବ ସ୍ମାର୍ଟ୍‌ସିଟିର ବସଷ୍ଟପ୍‌ । ଭଙ୍ଗା ଦଦରା ହୋଇ ପଡ଼ିଥିବା ବସ୍‌ଷ୍ଟପ୍‌ଗୁଡ଼ିକୁ ନୂଆ ରୂପ ଦିଆଯିବ । କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର ସିଟି ବସ୍‌ ଆଧୁନିକୀକରଣ ପ୍ରକଳ୍ପ (ବିସିବିଏମ୍‌ପି)ର ଏକ ଅଂଶବିଶେଷ ଭାବେ ଏଭଳି ପଦକ୍ଷେପ ନିଆଯିବ । ଜେଏସ୍‌ଏଲ୍‌ ଲାଇଫ୍‌ଷ୍ଟାଇଲ୍‌ ନିଲାମ ନେଇଛି । ସାରା ସହରରେ ଷ୍ଟିଲ୍‌ରେ ଅତ୍ୟାଧୁନିକ ସୁବିଧା ଯୋଗାଇଦେବ ।

ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ ଏଥିପାଇଁ ଅର୍ଥ ଯୋଗାଇଦେବ । ଏହାର ଅତ୍ୟାଧୁନିକୀକରଣ ପାଇଁ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ । ୩ ମାସ ମଧ୍ୟରେ ବସ୍‌ଷ୍ଟପ୍‌ଗୁଡ଼ିକ ନୂଆ ରୂପ ପାଇବ ବୋଲି ରାଜିନାମାରେ ସ୍ୱାକ୍ଷର ହୋଇଛି । ବସଷ୍ଟପ୍‌ର ଉପରି ଭାଗ ସୁଦୃଢ଼ ହେବ । ସବୁ ପ୍ରକାର ପାଗରେ ତାହା ଯାତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦେବ । ସାଇକେଲ୍‌ ଷ୍ଟାଣ୍ଡ ମଧ୍ୟ ହେବ । ଯେଉଁଠାରେ ସାଇକେଲ ଚଲାଳିମାନେ ସେମାନଙ୍କ ସାଇକେଲ୍‌ ସୁରକ୍ଷିତ ଭାବେ ରଖିପାରିବେ । ବର୍ଷାଦିନେ ବସଷ୍ଟପ୍‌ ଉପର ଛାତରୁ ପାଣି ଗଳିବ ନାହିଁ । ନିଆଁ ସହଜରେ ଧରିବନି । ଏଠାରେ ଯାତ୍ରୀଙ୍କ ବସିବା ପାଇଁ ସୁବିଧା ରହିବ ।

ଡଷ୍ଟବିନ୍‌, ସାଇନ୍‌ ବୋର୍ଡ, ପଛପାର୍ଶ୍ୱରେ ଭୁବନେଶ୍ୱର ମାନଚିତ୍ର ଥିବା ଡିସ୍‌ପ୍ଲେ ବୋର୍ଡ ଲାଗିବ । ଜିପିଏସ୍‌ ମାଧ୍ୟମରେ ଯାତ୍ରୀଙ୍କୁ ବସ୍‌ ଆସିବାର ସମୟ, କେଉଁ ସ୍ଥାନରେ କେତେବେଳେ ବସ୍‌ ପହଞ୍ଚିବ, କେଉଁ ରାସ୍ତା ଦେଇ ଯିବ ଆଦି ବିଷୟରେ ଯାତ୍ରୀଙ୍କୁ ତଥ୍ୟ ମିଳିପାରିବ । ବିଜ୍ଞାପନ ମଧ୍ୟ ଲାଗିବ । ଏହିଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଖର୍ଚ୍ଚର୍ ହେବ। ବହୁ ଦିନ ପର୍ଯ୍ୟନ୍ତ ଏହା ଚାଲିପାରିବ। ଆକର୍ଷଣୀୟ ଅନୁଭବ ବି ଦେବ ।