ପିଲା ହାତରେ ଏକେ-୪୭ : ମାଓ ସଂଗଠନକୁ ସଜାଡିବାକୁ ଛୋଟ ପିଲାଙ୍କୁ ଟାର୍ଗେଟ କଲେ ମାଓବାଦୀ

38

କନକ ବ୍ୟୁରୋ : ପିଲା ହାତରେ ଏକେ-୪୭ । ଭୁଷୁଡି ପଡିଥିବା ମାଓ ସଂଗଠନକୁ ସଜାଡିବା ପାଇଁ ଏବେ ଛୋଟ ପିଲାଙ୍କୁ ହାତ କରୁଛନ୍ତି ମାଓବାଦୀ । ସୁକମା ବସ୍ତର ଅଂଚଳର ଏହି ଫଟୋ ଏବେ ପଦାକୁ ଆସିଛି । ଖେଳିବା ବୁଲିବା ବୟସରେ ଏହି ପିଲାଙ୍କୁ ଅସ୍ତ୍ରଶସ୍ତ୍ର ଚାଳନାର ତାଲିମ ଦିଆଯାଉଛି । ବସ୍ତର ଅଂଚଳ ସଂଘର୍ଷ ସମିତି ଅଧ୍ୟକ୍ଷ ଫାରୁକ ଅଲ୍ଲି ହ୍ୱାଟ୍ସଆପରେ ଏହି ଫଟୋ ଜାରି କରିଛନ୍ତି ।