ଜର୍ମାନୀ ପଡିଆରେ ଚମକିବେ କୁନି ଫୁଟବଲର ଚନ୍ଦନ

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦିନେ ସାରା ବିଶ୍ୱ ଦେଖିଥିଲା ବୁଦ୍ଧିଆ ସିଂଙ୍କ ରନିଂକୁ । ବର୍ତମାନ ଓଡିଶାର ଆଉ ଜଣେ ବାଳକ ଚନ୍ଦନ ନାୟକ ଦେଖାଇବେ ତାଙ୍କ କମାଲ । ଫୁଟବଲ ଜଗତର ନାମଜାଦା କ୍ଲବ ବାୟର୍ନ ମୁନିଖ୍ କ୍ଲବରେ ଟ୍ରେନିଂ ନେବାକୁ ଚୟନ ହୋଇଛନ୍ତି ଚନ୍ଦନ । ତେବେ ଭୁୁବନେଶ୍ୱର ଶବର ସାହିରୁ ଜର୍ମାନୀର ଯାତ୍ରା ଏତେଟା ସହଜ ନଥିଲା ତାଙ୍କ ପାଇଁ । ଶେଷରେ ଚନ୍ଦନଙ୍କ ସ୍ୱପ୍ନ ହୋଇଛି ସତ, ଆଉ ୨୫ ତାରିଖ ଦିନ ଜର୍ମାନୀ ଅଭିମୁଖେ ଯାତ୍ରା କରିବ ଏହି ଶିଶୁ ଫୁଟବଲର୍ ।