ଜାରକାବାସୀଙ୍କ ଦୁଃଖ ଜାତୀୟ ରାଜପଥର ଗଳିପୋଲ! ଟ୍ରାଫିକ୍ ଜାମ୍ ଯୋଗୁଁ ବଢୁଛି ସମସ୍ୟା, ଘଣ୍ଟା ଘଣ୍ଟା ଧରି ରାସ୍ତାରେ ଛିଡା ହେଉଛନ୍ତି ଯାତ୍ରୀ

41

କନକ ବ୍ୟୁରୋ : ଯାଜପୁର ଜାରକା ସହରବାସୀଙ୍କ ବିଶ୍ୱାସର ଛାତି ଚିରୁଛି ଜାତୀୟ ରାଜପଥର ଏକମାତ୍ର ଗଳିପୋଲ । ଯାତାୟତ ପାଇଁ ଭରଷା ଏକମାତ୍ର ଗଳିପୋଲ ବଢାଉଛି ସମସ୍ୟା । ଅନେକ ସମୟରେ ଟ୍ରାଫିକ ଜାମ୍ରେ ଫସୁଛନ୍ତି ଯାତ୍ରୀ । ଫଳରେ ଫ୍ଲାଏ ଓଭର ନିର୍ମାଣ ପାଇଁ ଜୋର ଧରୁଛି ଦାବି ।

vlcsnap-2017-12-07-16h53m55s108ଦିନକୁ ଦିନ ଯାଜପୁର ଜିଲ୍ଲାର ଜାରକା ସହରର ବଦଳୁଛି ଦୃଶ୍ୟ । ଧୀରେ ଧୀରେ ଜାରକା ଅଞ୍ଚଳରେ ବଢି ଚାଲଛି ଜନସଂଖ୍ୟା । ଗାଁ ଛାଡି ସହର ମୁହାଁ ହେଲଣି ଲୋକ । ଯାହାଫଳରେ ଜନବସତି ପୂର୍ବ ଅପେକ୍ଷା ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ସରକାରୀ ଅଫିସ ଓ ଶିକ୍ଷାନୁଷ୍ଠାନ ଜାରକାରେ ରହିଥିବାରୁ ଅହେତୁକ ଭାବେ ସହରରେ ଭିଡ ବଢି ଚାଲିଛି । ଜାରକା ସହରର ଦୃଶ୍ୟ ବଦଳିଛି ସତ କିନ୍ତୁ ଗମନାଗମନ କ୍ଷେତ୍ରରେ ସମସ୍ୟାର କାରଣ ପାଲଟିଛି ଜାତୀୟ ରାଜପଥର ଏକମାତ୍ର ଗଳିପୋଲ ।

ଜାରକା ସହରବାସୀଙ୍କ ଅନେକ ବିଶ୍ୱାସର ଏଇ ସହରର ଛାତିକୁ ଦୁଇଭାଗ କରିଛି ଜାତୀୟ ରାଜପଥର ଏକମାତ୍ର ଗଳିପୋଲ । ଫଳରେ ଅନେକ ସମୟରେ ଟ୍ରାଫିକ ଜାମ୍ ଅଂଚଳବାସୀଙ୍କର ଦୁଃଖକୁ ଦ୍ୱିଗୁଣିତ କରୁଛି । ଭିଡ ଯୋଗୁଁ ଗଳିପୋଲ ପାର ହେବା ପାଇଁ ଲୋକ ବହୁ ଅସୁବିଧା ଭୋଗୁଥିବା ଅଭିଯୋଗ କରିଛନ୍ତି । ଭିଡ ଯୋଗୁଁ ବେଳେବଳେ ଛୋଟବଡ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏପରିକି ଭିଡ ଏପରି ରହୁଛି ଯେ, ଘଣ୍ଟା ଘଣ୍ଟା ଧରି ଲୋକ ଅପେକ୍ଷା କରି ରହୁଛନ୍ତି । ତେବେ ଏଠାରେ ଏକ ଫ୍ଲାଇ ଓଭର ବ୍ରିଜ୍ ନିର୍ମାଣ ଦାବି ଜୋର ଧରିଥିବା ବେଳେ ଆସନ୍ତାବର୍ଷ ଜାତୀୟ ରାଜପଥ କର୍ତୃପକ୍ଷ ଜାରକାରେ ଫ୍ଲାଇଓଭର ନିର୍ମାଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ଧର୍ମଶାଳା ବିଧାୟକ ।