ସଇତାନ୍ ବାପା ! ସ୍ତ୍ରୀ ସହ ଝଗଡ଼ା କରି ୩ ବର୍ଷୀୟ ଝିଅ ସହ କଲା ଦୁଷ୍କର୍ମ

621

ସ୍ତ୍ରୀ ସହ ଝଗଡ଼ା କରି ହିତାହିତ ଜ୍ଞାନ ହରାଇଲା ଯୁବକ । ନିଜ ୩ ବର୍ଷୀୟ ଝିଅ ସହ କଲା ଦୁଷ୍କର୍ମ । ଗୁଡ଼ଗାଓଁର ସରସ୍ୱତୀ ଏନକ୍ଲେଭ୍ କଲୋନୀରେ ଘଟିଛି ଏହି ଘୃନ୍ୟ ଘଟଣା । ନିଜ ୩ ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆଧାରରେ ଗୁରୁଗ୍ରାମ ପୁଲିସ ଜଣେ ୩୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣେ ମିନି ଟ୍ରକ୍ ଡ୍ରାଇଭର୍ । ପୋଲିସ ଅନୁସାରେ ନିଶାସକ୍ତ ଅବସ୍ଥାରେ ଲୋକଟି ସ୍ତ୍ରୀ ସହ କଳିକଜିଆ କରିଥିଲା । ଫଳରେ ସ୍ତ୍ରୀ ଘଟନା ଘଟିବାର ରାତିରେ ଜଣେ ଅତ୍ମୀୟଙ୍କ ଘରକୁ ଚାଲିଯାଇଥିଲେ । ପୀଡ଼ିତାଙ୍କ ମାଆ ନିଜର ବର୍ଷିକିଆ ଝିଅକୁ ଧରି ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲିଯାଇଥିଲେ । ତାଙ୍କ ୩ ବର୍ଷୀୟ ବଡ଼ ଝିଅ ଘରେ ଶୋଇପଡ଼ିଥିଲା । ଝିଅକୁ ଏକଲା ପାଇ ଅଭିଯୁକ୍ତ ତା’ ସହ ଦୁଷ୍କର୍ମ କରିଥିଲା ।

ପୀଡ଼ିତାଙ୍କ ମାଆ ଘରକୁ ଫେରିବା ପରେ ହିଁ କଥା ବାହାରକୁ ଆସିଥିଲା । ସେ ଆସି ଦେଖିଲେ ଝିଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ବିଛଣାରେ ପଡ଼ିଛି । ଝିଅ ସହ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ବାପ ଘଟନାସ୍ଥଳରୁ ଖସି ପଳାଇଥିଲେ । ପୀଡ଼ିତାଙ୍କ ମାଆ ତୁରନ୍ତ ପୁଲିସକୁ ଫୋନ୍ କରି ଚିକିତ୍ସା ପାଇଁ ପୀଡ଼ିତାଙ୍କୁ ଗୁରୁଗ୍ରାମ ସିଭିଲ୍ ହସ୍ପିଟାଲ୍କୁ ନେଲେ । ଡାକ୍ତରୀ ମାଇନା ପରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହେଲା । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ରହିଛି। ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ ବିରୋଧରେ ପୋକ୍ସୋ ଆଇନ ବଳରେ ମାମଲା ରୁଜୁ କରାଯାଇଛି।