ଜୀବନରେ ସଫଳତା ଚାହୁଁଛନ୍ତି କି, ତେବେ ବଦଳାନ୍ତୁ ନିଜ ଶୋଇବାର ଢଙ୍ଗ ! 

47

ଦିନସାରା କାମ କରିବା ପରେ ରାତିରେ ଭଲ ନିଦରେ ଶୋଇବା ସମସ୍ତଙ୍କ ପାଇଁ ଜରୁରୀ । ଯଦି ଆପଣ ଠିକରେ ଶୋଇ ପାରୁ ନାହାନ୍ତି ତେବେ କୌଣସି ବି କାମ ଠିକରେ କରିପାରିବେ ନାହିଁ । କେବେ କେବେ ଶୋଇବାର ଭୁଲ ଭଙ୍ଗୀ ଯୋଗୁଁ ଆପଣଙ୍କ ଗଳାରେ କଷ୍ଟ ଅନୁଭୂତ ହୁଏ ।

– ଯଦି ଆପଣଙ୍କ କାନ୍ଧ କି ଗଳାରେ କଷ୍ଟ ଅନୁଭବ ହେଉଛି, ତେବେ ଯେଉଁ ପଟେ କଷ୍ଟ ହେଉଛି ଅନ୍ୟପଟେ ଶୋଇବା ଉଚିତ ।

– କିଛି ଲୋକ ସପ୍ତାହ ସାରା ଠିକ ସମୟରେ ଉଠନ୍ତି, କିନ୍ତୁ ଛୁଟି ଦିନରେ ବିଳମ୍ବ ପର୍ଯ୍ୟନ୍ତ ଶୋଇ ରୁହନ୍ତି । ଶୋଇବାର ଏପରି ଢଙ୍ଗ ଶରୀର ପାଇଁ ବହୁତ କ୍ଷତିକାରକ ସାବସ୍ତ ହୋଇପାରେ । ଏପରି ହେବା ଦ୍ୱାରା ଶୋଇବା ପାଇଁ ଆପଣଙ୍କ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି ।

– ଯଦି ଆପଣ ଶୋଇବା ପୂର୍ବରୁ ଟିଭି ଦେଖୁଛନ୍ତି ତେବେ ଶୋଇବାର ୪୫ ମିନିଟ ପୂର୍ବରୁ ଟିଭି ଦେଖି ସାରିବା ଉଚିତ୍ ।

– ଭରପୁର ନିଦ ଓ ସହ ଆପଣ ଶୋଇବା ସମୟରେ କେଉଁ ଢଙ୍ଗରେ ଶୋଉଛନ୍ତି ତାହା ମଧ୍ୟ ବହୁତ ମହତ୍ୱ ରଖେ । ମାନେ ଆପଣ ପ୍ରତିଦିନ ରାତି କେତେବେଳେ ଶୁଅନ୍ତି ଓ କେତେବେଳ ଉଠନ୍ତି ଏହାର ପ୍ରଭାବ ମଧ୍ୟ ଆପଣଙ୍କ ଶରୀର ଉପରେ ପକାଏ ।