ସୁଟିଂ ସେଟରେ ଶୋଇବାର ଅଭିନୟ କରୁ କରୁ ଶୋଇଯାଇଥିଲେ ବିଗ୍ ବି !

26

ଆଗାମୀ ଫିଲ୍ମ ‘୧୦୨ ନଟ୍ ଆଉଟ୍ ’ର ସୁଟିଂରେ ବ୍ୟସ୍ତ ମେଗାଷ୍ଟାର ଅମିତାଭ ବଚ୍ଚନ । ତାଙ୍କ ସହ ସୁଟିଂ ବେଳେ ଏମିତି ଏକ ଘଟଣା ଘଟିଛି ଯାହାକୁ ସେ ପ୍ରଶଂସକଙ୍କୁ କହିଛନ୍ତି । ସ୍କ୍ରିପ୍ଟରେ ଶୋଇବାର ଦୃଶ୍ୟ ଯେକୈାଣସି କଳାକାର ପାଇଁ ଶାନ୍ତିର ସମୟ ହୋଇଥାଏ ବୋଲି କହିଛନ୍ତି ବିଗ୍ ବି ।

ପ୍ରକାଶିତ ସୂଚନା ଅନୁସାରେ ସୋମବାର ରାତିରେ ନିଜର ବ୍ଲଗରେ ଅମିତାଭ ଲେଖିଛନ୍ତି , ‘ ଶୋଇବା ଆମ ସମସ୍ତଙ୍କ ପାଇଁ ଏକ ଜରୁରୀ ପ୍ରକ୍ରିୟା ଅଟେ । ଆଉ ଏହି ସୁଯୋଗ ସେଟରେ ମିଳିବା ଏକ ସୁଖକର ସମୟ ଅଟେ ।’ ଅମିତାଭ ଏହି ବ୍ଲଗ୍ ଲେଖା ସହ ଫିଲ୍ମ ସେଟ୍ ରେ ଉଠାଯାଇଥିବା ନିଜର ଏକ ଫଟୋକୁ ସେୟାର କରିଛନ୍ତି । ଯେଉଁଥିରେ ସେ ଶୋଇଥିବାର ନଜର ଆସିଛନ୍ତି । ଅମିତାଭ କହିଛନ୍ତି , ‘ ସେଟରେ ଥିବା ଲାଇଟିଂ, ଆକ୍ସନ ଓ ଦୃଶ୍ୟାୟନ ପରେ ପ୍ରକୃତରେ ନିଦ ଆସିଥାଏ । ସତରେ ଏହ କି ସୁଖଦ ଅନୁଭୂତି ! ମୋତେ ପ୍ରକୃତରେ ନିଦ ଆସିଥିଲା ଏବଂ ମୋତେ ସେମାନେ ଉଠାଇଥିଲେ । କହିଥିଲେ ସୁଟିଂ ସରିଗଲାଣି ।

ସୂଚନା ଏହିଯେ , ୨୬ ବର୍ଷ ପରେ ପୁଣି ବଡ ପରଦାରେ ଅମିତାଭ ଓ ଋଷି କପୁର ଏକାଠି ନଜର ଆସୁଛନ୍ତି । ଉଭୟ ପରଦାରେ ବାପା-ପୁଅ ଭୂମିକା କରିବେ । ଗୁଜୁରାଟ ଲେଖକ-ନିର୍ଦ୍ଦେଶକ ସୈାମ୍ୟା ଜୋଶୀଙ୍କ ନାଟକ ‘୧୦୨ ନଟ୍ ଅଉଟ୍’ ଉପରେ ଏହି ଫିଲ୍ମଟି ତିଆରି ହେଉଛି । ଫିଲ୍ମରେ ଅମିତାଭ ୧୦୨ ବୟସର ବ୍ୟକ୍ତି ଭୂମିକାରେ ଓ ଋଷି କପୁର ୭୫ ବୟସର ପୁଅ ଚରିତ୍ରରେ ନଜର ଆସିବେ । ଏହି ଫିଲ୍ମର ଏକ ଦୃଶ୍ୟରେ ଶୋଇବାର ଅଭିନୟ କରୁ କରୁ ଶୋଇଯାଇଥିଲେ ଅମିତାଭ ।