ବୈଜ୍ଞାନିକଙ୍କ ସାଂଘାତିକ ତଥ୍ୟ ! ୭ ଘଣ୍ଟାରୁ କମ ଶୋଇବା ଦ୍ୱାରା ନଷ୍ଟ ହୋଇଥାଏ ଶରୀରର DNA, କ୍ୟାନସର ହେବାର ରହିଛି ସମ୍ଭାବନା ।
ସୁସ୍ଥ ରହିବା ପାଇଁ ଭଲ ଏବଂ ଭରପୁର ନିଦ ନିହାତି ଆବଶ୍ୟକ । ତେବେ ବହୁତ କମ ଲୋକମାନେ ଜାଣିଥିବେ ଯେ, ଭଲ ସ୍ୱାସ୍ଥ୍ୟ ପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ଯଦି ଆପଣ ୭ ଘଣ୍ଟାରୁ କମ ସମୟ ଶୋଉଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ଅଟେ । ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଏଭଳି କିଛି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ୭ ଘଣ୍ଟାରୁ କମ ସମୟ ଶୋଇବା ଦ୍ୱାରା ମନୁଷ୍ୟର ଡିଏନଏ ସବୁଦିନ ପାଇଁ ନଷ୍ଟ ହୋଇଯିବାର ସମ୍ଭାବନା ରହିଛି । ଏହା ସହ କ୍ୟାନସର ଭଳି ଘାତକ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, କମ ଶୋଇବା ଦ୍ୱାରା ଶରୀରରେ ଡିଏନଏ ସୃଷ୍ଟି ହେବାର କ୍ଷମତା ମଧ୍ୟ କମି ଯାଇଥାଏ, ଯେଉଁଥିପାଇଁ ବଂଶଗତ ରୋଗ ବଢିବାର ସମ୍ଭାବନା ଅଧିକ ରହିଥାଏ । ତେବେ ସବୁଠାରୁ ବଡ କଥା ହେଉଛି, ଏହି ଅଧ୍ୟୟନ ସେହି ଡାକ୍ତର ମାନଙ୍କ ଠାରେ କରାଯାଇଛି, ଯେଉଁମାନେ ନାଇଟ୍ ସିଫ୍ଟ କାରଣରୁ ଭଲ ଭାବେ ଶୋଇପାରିନଥାନ୍ତି । ବିଶେଷଜ୍ଞମାନଙ୍କ କହିବା କଥା, ଭଲ ସ୍ୱାସ୍ଥ୍ୟ ପାଇଁ ୭ ଘଣ୍ଟା ଶୋଇବା ନିହାତି ଆବଶ୍ୟକ । ତେବେ ଏହି ରିସର୍ଚ୍ଚ ୟୁନିଭରସିଟି ଅଫ ହଂଗକଂଗର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଛି । ଆଉ ଏହି ଅଧ୍ୟୟନରେ ୨ଟି ହସ୍ପିଟାଲର ୪୯ ଜଣ ଡକ୍ଟରଙ୍କୁ ସାମିଲ କରାଯାଇଥିଲା ।