ସୁରସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଅପମାନ ଦେଲେ ଯୁବକ ! ଟ୍ୱିଟରରେ ଅଶ୍ଲିଳ ଶବ୍ଦ ପ୍ରୟୋଗ କରି ହେଲେ ସମାଲେଚନା ।

46

ପବିତ୍ର ରମଜାନର ମାସ ଚାଲିଥିବା ବେଳେ ନିଜର ଟ୍ଵିଟର ଆକାଉଣ୍ଟକୁ ଯାଇ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ ସୁରସମ୍ରାଜ୍ଞୀ ଲତା ମଙ୍ଗେସକର୍ । କିନ୍ତୁ ଟ୍ଵିଟରରେ ଜଣେ ବ୍ୟବହାରକାରୀ ତାଙ୍କୁ ଅସମ୍ମାନ କରିଥିବା ଜଣାପଡ଼ିଛି । ସୂଚନା ମୁତାବକ, ଲତା ମଙ୍ଗେସକର୍ ରମଜାନ ଅବସରରେ ନିଜ ଟ୍ଵିଟର ଆକାଉଣ୍ଟକୁ ଯାଇ ସବୁ ମୁସଲିମ୍ ଭାଇ-ଭଉଣୀମାନଙ୍କୁ ରମଜାନ ମୁବାରକ୍ ବୋଲି ଲେଖିଥିଲେ ।ଲତା ମଙ୍ଗେସକରଙ୍କ ଏହି ଟ୍ଵିଟ୍ ପରେ ରେହମାନ୍ ନାମକ ଜଣେ ସୋସିଆଲ ସାଇଟ୍ ୟୁଜର ‘ଚଲ୍ ଦଫା ହୋ…’ ବୋଲି ଲେଖିଥିଲେ । ରେହମାନଙ୍କର ଏପରି ଅପମାନଜନକ ଟ୍ଵିଟ୍ ପରେ ଅନ୍ୟ ୟୁଜର୍ସମାନେ ତାଙ୍କର ଏପରି ବ୍ୟବହାରକୁ ନିନ୍ଦା କରିବା ସହ କ୍ଷମା ମାଗିବା ପାଇଁ କହିଥିଲେ । ଏ ନେଇ ଲତା ମଙ୍ଗେସକର କୌଣସି ମତ ରଖି ନଥିବା ବେଳେ ଦେଶର ଜଣେ ବିଶିଷ୍ଠ କଣ୍ଠଶୀଳ୍ପିଙ୍କୁ ଏପରି କହିବା ଲଜ୍ଜାଜନକ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।