ଆକାଶରେ ଉଡ଼ିବାର ମଜା ! ଭାରତର ୫ ଟି ପ୍ରସିଦ୍ଧ ସ୍କାଏ ଡାଇଭିଙ୍ଗ୍ ଡେଷ୍ଟିନେସନ୍

96

ବ୍ୟସ୍ଥବହୁଳ ଜୀବନରୁ ବିରତି ନେଇ ଛୁଟି କାଟିବା ପାଇଁ ଆମେ ଦୂର ସ୍ଥାନକୁ ବୁଲିିବା ପାଇଁ ଯାଉ । କିଛି ଲୋକ ଟ୍ରାଭେଲିଂ ବ୍ୟତୀତ ଦୁଃସାହସିକ କାର୍ଯ୍ୟ କରି ସେଥିରୁ ଆନନ୍ଦ ପାଇଥାନ୍ତି । ତେବେ ଏହି ଦୁଃସାହସିକ କାର୍ଯ୍ୟ ମଧ୍ୟରେ ସ୍କାଏ ଡାଇଭିଙ୍ଗ୍ ମଧ୍ୟ ଅନ୍ତର୍ଭୁକ୍ତ । ତେବେ ଭାରତରେ ଏଭଳି କିଛି ସ୍ଥାନ ଅଛି ଯାହା ସ୍କାଏ ଡାଇଭିଙ୍ଗ୍ ପାଇଁ ଉପଯୁକ୍ତ । ଏବେ ଆସନ୍ତୁ ଏଭଳି ସ୍ଥାନ ବିଷୟରେ ଜାଣିବା ।

ମହିଶୂର, କର୍ଣ୍ଣାଟକ :
କର୍ଣ୍ଣାଟକ ରାଜ୍ୟର ମୁଖ୍ୟ ସହର ହେଉଛି ମହିଶୂର । ସ୍କାଏ ଡାଇଭିଙ୍ଗ୍ ପାଇଁ ମହିଶୂର ଏକ ପ୍ରମୁଖ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଚାମୁଣ୍ଡୀ ହିଲ୍ ଠାରୁ ଏହି ସ୍କାଏ ଡାଇଭିଙ୍ଗ୍ ପ୍ରକ୍ରିୟା ଆରମ୍ଭ ହୁଏ । ସ୍କାଏ ଡାଇଭିଙ୍ଗର ମଜା ଉଠାଇବାକୁ ହେଲେ ଆପଣଙ୍କୁ ମହିଶୂର ସ୍କାଏ ରାଇଡର୍ସ ୱେବସାଇଟ୍ ନିଜ ନାମ ପଞ୍ଜୀକରଣ କରିବାକୁ ହେବ । ସକାଳ ୭ ରୁ ୯ ପର୍ଯ୍ୟନ୍ତ ଏଠାକାର ପାଗ ସ୍କାଏ ଡାଇଭିଙ୍ଗ୍ ପାଇଁ ପ୍ରକୃଷ୍ଟ ଥାଏ ।

ଦିସା, ଗୁଜୁରାଟ : ଖୋଲା ଆକାଶରେ ପକ୍ଷୀ ଭଳି ଉଡିବୁଲିବା ଏବଂ ଆକାଶ ମାର୍ଗରୁ ନୀଳ ଜଳରାଶିକୁ ଦେଖିବାର ମଜା ଯଦି ଉଠାଇବାକୁ ଚାହୁଁଛନ୍ତି, ତେବେ ଗୁଜୁରାଟର ଡେଶା ଆପଣଙ୍କ ପାଇଁ ପ୍ରକୃତିର ଉପହାର ଭାବେ ସାବ୍ୟସ୍ତ ହୋଇପାରିବ । ସମୟ ୭ ଟାରୁ ଏଠାରେ ସ୍କାଏ ଡାଇଭିଙ୍ଗ୍ କରିବା ପାଇଁ ଅନୁମତି ମିଳିଥାଏ । ସ୍କାଏ ଡାଇଭିଙ୍ଗର ମଜା ଉଠାଇବା ପାଇଁ ଆପଣଙ୍କୁ ଇଣ୍ଡିଆନ୍ ପାରାସୁଟିଙ୍ଗ୍ ଫେଡେରେସନ୍ ୱେବସାଇଟ୍ ନିଜ ନାମ ପଞ୍ଜୀକରଣ କରିବାକୁ ହେବ ।

ପଣ୍ଡିଚେରୀ, ତାମିଲନାଡ଼ୁ : ଅତି ଉଚ୍ଚରୁ ଭୂମିର ସୁନ୍ଦରତା ଦେଖି ଆତ୍ମହରା ହେଲାଭଳି ଦୃଶ୍ୟ ଆପଣ ଏଠାରେ ଦେଖିବାକୁ ପାଇବେ । ଚାରିଆଡେ ସବୁଜିମାଭରା ଗଛ ଏବଂ ଭସାବାଦଲର ଅନୁଭୂତି ଆପଣଙ୍କୁ ଖୁବ୍ ଆନନ୍ଦ ଦେଇପାରିବ । ସକାଳ ୭ ରୁ ୯ ପର୍ଯ୍ୟନ୍ତ ଏଠାକାର ପାଣିପାଗ ସ୍କାଏ ଡାଇଭିଙ୍ଗ୍ ପାଇଁ ପ୍ରକୃଷ୍ଟ ଥାଏ । ସ୍କାଏ ଡାଇଭିଙ୍ଗର ମଜା ଉଠାଇବାକୁ ହେଲେ ଆପଣଙ୍କୁ ମହିଶୂର ସ୍କାଏ ରାଇଡର୍ସ ୱେବସାଇଟ୍ ଏବଂ ୱାଲଟେର୍ ଏସ୍କାପେଡ୍ ଥ୍ରୀଲସରେ ନିଜ ନାମ ପଞ୍ଜିକରଣ କରିବାକୁ ହେବ ।

ଆମ୍ବେ ଭ୍ୟାଲି ,ମହାରାଷ୍ଟ୍ର :
ମହାରାଷ୍ଟ୍ର ରାଜ୍ୟର ଆମ୍ବେ ଭ୍ୟାଲି, ବିପଦପୂର୍ଣ୍ଣ ସ୍କାଏ ଡାଇଭିଙ୍ଗ୍ ପାଇଁ ପ୍ରସିଦ୍ଧ ଅଟେ । ଏଠାରେ କେବଳ ଅଭିଜ୍ଞ ସ୍କାଏ ଡାଇଭରଙ୍କୁ ଡାଇଭିଙ୍ଗ୍ କରିବା ପାଇଁ ସୁଯୋଗ ଦିଆଯାଏ । କିନ୍ତୁ ଯଦିି ଆପଣ ନିଜ ରିସ୍କରେ ଏହି ସ୍ଥାନକୁ ଯିବାକୁ ଚାହାନ୍ତି, ତେବେ ଆପଣଙ୍କ ସହ ପ୍ରଶିକ୍ଷକଙ୍କୁ ମଧ୍ୟ ଯିବାକୁ ପଡିବ । ସକାଳ ୮ ରୁ ୧୦ ପର୍ଯ୍ୟନ୍ତ ଏଠାକାର ପାଗ ସ୍କାଏ ଡାଇଭିଙ୍ଗ୍ ପାଇଁ ପ୍ରକୃଷ୍ଟ ଥାଏ । ୩୬୦ ଗ୍ଲୋବାଲ୍ ୱେବସାଇଟରେ ଆପଣଙ୍କୁ ଏହି ସ୍ଥାନ ବିଷୟରେ ଅଧିକ ସୂଚନା ମିଳିପାରିବ ।

ଧାନା,ମଧ୍ୟପ୍ରଦେଶ:
ମଧ୍ୟପ୍ରଦେଶର ଧାନାଠାରେ ମଧ୍ୟ ସ୍କାଏ ଡାଇଭିଙ୍ଗ୍ ପାଇଁ ବିଭିନ୍ନ କ୍ୟାମ୍ପ୍ର ସୁବିଧା ରହିଛି । ସକାଳ ୮.୩୦ ରୁ ଏଠାରେ ଡାଇଭିଙ୍ଗ୍ କରିବା ପାଇଁ ଅନୁମତି ମିଳିଥାଏ । ଆପଣ ଏହି ସ୍ଥାନ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଚାଇମେସ୍ ଏଭିଏସନ୍ ଆକାଡେମୀ ୱେବସାଇଟ୍ ଉପରେ ନଜର ପକାନ୍ତୁ ।