ଚିଲିକା ମଝିରେ ଘୂର୍ଣ୍ଣିଝଡ। ପାଣି ମଝିରେ ସୃଷ୍ଟି ହେଲା ଘୂର୍ଣ୍ଣିଝଡ। ପବନ ସହ ଉପରକୁ ଉଠିଲା ପାଣି

1,906

କନକ ବ୍ୟୁରୋ: ପୁଣି ଥରେ ଚିଲିକା ମଝିରେ ସୃଷ୍ଟି ହୋଇଛି ଚକ୍ରବାତ  । ପାଣି ମଝିରେ ଏପରି ଭୟଙ୍କର ଦୃଶ୍ୟ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଅଂଚଳବାସୀ । କାରଣ କିଛି ଦିନ ତଳେ  ଏପରି ଘୂର୍ଣ୍ଣି ଝଡ଼ ଚିଲିକାରେ ଦେଖିବାକୁ ମିଳିଥିଲା । ଏହି ଚକ୍ରବାତରେ ବାଲୁଗାଁ  ଚିଲିକା  ଉନ୍ନୟନ  କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ ପ୍ରାୟ ୧ କିଲୋମିଟର ଦୂରରେ ଚିଲିକାର ଜଳରାଶି ହଠାତ୍ ଉପରକୁ ଉଠିଯାଇଥିଲା । ତେବେ ଗତକାଲି ହୋଇଥିବା ଚକ୍ରବାତରେ କିଛି କ୍ଷତି ହୋଇନଥିଲେ ବି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

 

ଚିଲିକାରେ ଚକ୍ରବାତ । ପାଣି ମଝିରେ ସୃଷ୍ଟି ହେଲା ଘୂର୍ଣ୍ଣିଝଡ଼ । ବୃତ ଆକାରରେ ପବନ ସହ ପାଣି ଉପରକୁ ଉଠିଗଲା । ଏଭଳି ଘଟଣା ଦେଖିବାକୁ ମିଳିଛି  ଚିଲିକା ମଝିରେ । ଚିଲିକାର ଏପରି ଭୟଙ୍କର ଦୃଶ୍ୟ, ଅଜଣା ଆଶଙ୍କା ସୃଷ୍ଟି କରିଥିଲା ଲୋକଙ୍କ ମନରେ । ଗତକାଲି ଅପରାହ୍ନରେ ବାଲୁଗାଁ ଚିଲିକା  ଉନ୍ନୟନ  କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ  ୧ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା ପାଣି ଭିତରେ ଚକ୍ରବାତ । ଚିଲିକା ମଝିରେ ଏହି ଦୃଶ୍ୟ ଦେଖି ଲୋକେ ଯେତିକି ଆଶ୍ଚର୍ଯ୍ୟ ହୋଇଥିଲେ, ସେତିକି ହୋଇଥିଲେ ଭୟଭୀତ । ସ୍ଥଳଭାଗରେ ଘୂର୍ଣ୍ଣିଝଡ ଭଳି ଚିଲିକା ମଝିରେ ଘୂର୍ଣ୍ଣିବାୟୁ ସଦୃଶ୍ୟ ଦେଖିବାକୁ ମିଳିଥିଲା ଏହି ଚକ୍ରବାତ ।

ସୂଚନାଯୋଗ୍ୟ  ଗତକାଲି ଅପରାହ୍ନରେ  ଚିଲିକା ଉପରେ କିଛି ସମୟ ପାଇଁ ଘୂର୍ଣ୍ଣିଝଡ ଦେଖାଦେଇଥିଲା  । ଏହାର ପ୍ରଭାବରେ ବାଲୁଗାଁ  ଚିଲିକା  ଉନ୍ନୟନ  କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ  ୧ କିଲୋମିଟର ଦୂରରେ ଚିଲିକାର ଜଳରାଶି ହଠାତ୍ ଉପରକୁ ଉଠିଥିବା ଦେଖିବାକୁ ମିଳିଥିଲା ।  ଅପରାହ୍ନ ୪ଟାରୁ ପ୍ରାୟ ୧୫ ମିନିଟ ଧରି ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ  ଆତଙ୍କିତ ହୋଇପଡିଥିଲେ । ତେବେ  ଚିଲିକା ଜଳରାଶି ଉପରେ ଏହି ଘୂର୍ଣ୍ଣିଝଡ଼ (ଟର୍ଣ୍ଣାଡୋ) ହୋଇଥିବାରୁ ସ୍ଥଳଭାଗରେ ବିଶେଷ କ୍ଷୟକ୍ଷତି ହୋଇ ନାହିଁ । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା। ଘୂର୍ଣ୍ଣିଝଡ଼ ହୋଇଥିବା ସ୍ଥାନରେ ଚିଲିକାର ଜଳରାଶି ଉପରକୁ ଉଠିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।