ବର୍ଷା ଦିନରେ ତ୍ୱଚାର ଯତ୍ନ ରଖିବେ କିପରି ?

27

– ତ୍ୱଚାରୁ ଅତ୍ୟଧିକ ତୈଳ ବାହାରୁଥିଲେ ଦିନରେ ଅତି କମରେ ୩ ଥର ମୁହଁ ଧୁଅନ୍ତୁ ।

– ଏହାପରେ ତ୍ୱଚାରେ ଆଲକୋହଲ ବିହୀନ ଟୋନର ଲଗାନ୍ତୁ । ଏହା ତ୍ୱଚାର ପିଏଚକୁ ସନ୍ତୁଳିତ ରଖିବା ସହ ତ୍ୱଚାରେ ଚମକ୍ ଆଣିବ ।

– ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଆର୍ଦ୍ରତା ତ୍ୱଚାକୁ ଶୁଷ୍କ କରିପାରେ । ତେଣୁ ମଏଶ୍ଚରାଇଜର ଲଗାନ୍ତୁ । ଯଦି ତ୍ୱଚା ତୈଳାକ୍ତ ହୋଇଥାଏ, ତେବେ ୱାଟର ବେଶଡ଼ ମଏଶ୍ଚରାଇଜର ଲଗାନ୍ତୁ ।

– ବର୍ଷା ଦିନରେ ମଧ୍ୟ ଭଲ ସନସ୍କ୍ରିନ ଲୋସନ ଲଗାନ୍ତୁ ।

– ଦିନରେ ଅତି କମରେ ୮ ଗ୍ଲାସ୍ ପାଣି ପିଅନ୍ତ, ଯାହା ତ୍ୱଚାକୁ ସୁସ୍ଥ ଓ ତାଜା ରଖିବ ।