ସ୍କିଲ ଓଡ଼ିଶା କର୍ମଶାଳା : ଆୟୋଜିତ ହୋଇଯାଇଛି ଉଦଯାପନୀ ଉତ୍ସବ, ମୁଖ୍ୟଅତିଥି ଭାବେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

30

କନକ ବ୍ୟୁରୋ : ଉଦଯାପିତ ହୋଇଛି ସ୍କିଲ ଓଡ଼ିଶା କର୍ମଶାଳା । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୨୫ଟି ବିଭାଗରୁ ୨୦୦ ପ୍ରତିଯୋଗୀ ସାମିଲ ହୋଇ ନିଜସ୍ୱ ଆବିଷ୍କାରର ପ୍ରଦର୍ଶନ କରିଥିଲେ । ସେଥିରୁ ପ୍ରତି ବିଭାଗରୁ ତିନି ଜଣ ଲେଖାଏଁ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା ।

ପ୍ରତିଟି ବିଭାଗର ଦୁଇଜଣ କୃତୀ ପ୍ରତିଯୋଗୀଙ୍କୁ ଜାତୀୟ ସ୍ତର ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସୁଯୋଗ ମିଳିବ । ଜାତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମସ୍କୋରେ ହେବାକୁ ଥିବା ଆନ୍ତର୍ଜାତୀୟ ପ୍ରତିଯୋଗୀତାରେ ସାମିଲ ହେବେ । ରାଜ୍ୟର ଯେଉଁ ପ୍ରତିଯୋଗୀ ଜାତୀୟ ସ୍ତରରେ ଉତୀର୍ଣ୍ଣ ହେଲେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ଦକ୍ଷତା ବିକାଶ ପାଇଁ ଆମେରିକାର ମାସାଚ୍ୟୁଟ ବିଶ୍ୱବିଦ୍ୟାଳୟ, ସିଡାକ, ସେଂଟ୍ରାଲ ଟୁଲ ରୁମ ଆଣ୍ଡ ଟ୍ରେନିଂ ପରି ସଂସ୍ଥା ସହ ବୁଝାମଣା ସାକ୍ଷର କରିଛନ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।