ଆମେରିକା ବଢ଼ାଇବ ଓଡ଼ିଶାର ଦକ୍ଷତା ! ଆମେରିକାର ବିଭିନ୍ନ ସଂସ୍ଥା ସହ ହେଲା ଚୁକ୍ତି, ସ୍କିଲ ଓଡ଼ିଶା କର୍ମଶାଳାରେ ଭାଗନେଲେ ୨୫ଟି ବିଭାଗରୁ ୨୦୦ ପ୍ରତିଯୋଗୀ ।

17

କନକ ନ୍ୟୁଜ : ଦକ୍ଷତା ବିକାଶ ପାଇଁ ଆମେରିକାର ମାସାଚ୍ୟୁଟ୍ ବିଶ୍ୱବିଦ୍ୟାଳୟ, ସିଡାକ୍, ସେଂଟ୍ରାଲ ଟୁଲ୍ ରୁମ୍ ଆଣ୍ଡ୍ ଟ୍ରେନିଂ ପରି ସଂସ୍ଥା ସହ ବୁଝାମଣା ସାକ୍ଷର କରିଛନ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ । ସେପଟେ ଉଦଘାଟିତ ହୋଇଯାଇଛି ସ୍କିଲ ଓଡ଼ିଶା କର୍ମଶାଳା । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ୨୫ଟି ବିଭାଗରୁ ୨୦୦ ପ୍ରତିଯୋଗୀ ସାମିଲ ହୋଇ ନିଜସ୍ୱ ଆବିଷ୍କାର ପ୍ରଦର୍ଶନ କରିଛନ୍ତି । ଆସନ୍ତାକାଲି ଏହି କର୍ମଶାଳା ଉଦଯାପନୀ ହେବ । ଉଦଯାପନୀ ଉତ୍ସବରେ ପ୍ରତିଟି ବିଭାଗର ଦୁଇଜଣ କୃତୀ ପ୍ରତିଯୋଗୀଙ୍କୁ ଜାତୀୟ ସ୍ତର ପ୍ରତିଯୋଗିତାରେ ସାମିଲ ହେବା ପାଇଁ ସୁଯୋଗ ମିଳିବ । ଜାତୀୟ ସ୍ତରରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମସ୍କୋରେ ହେବାକୁ ଥିବା ଆନ୍ତଜାର୍ତୀୟ ପ୍ରତିଯୋଗିତାରେ ସାମିଲ ହେବେ । ରାଜ୍ୟର ଯେଉଁ ପ୍ରତିଯୋଗୀ ଜାତୀୟ ସ୍ତରରେ ଉତ୍ତୀର୍ଣ୍ଣ ହେବେ ତାଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପୁରସ୍କାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିସାରିଛନ୍ତି ।