ଦିଲ୍ଲୀ: ହୋଟେଲ ଆଶୋକରେ ଆୟୋଜିତ ହୋଇଛି ସ୍କିଲ ଓଡିଶାକୁ ନେଇ ଏକ ଆଲୋଚନା ଚକ୍ର

30

କନକ ବ୍ୟୁରୋ: ସ୍କିଲ ଓଡିଶାକୁ ନେଇ ଦିଲ୍ଲୀର ହୋଟେଲ ଆଶୋକରେ ଆୟୋଜିତ ହୋଇଯାଇଛି ଏକ ଆଲୋଚନା ଚକ୍ର । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀଙ୍କ ସମେତ ଦେଶର ବହୁ କମ୍ପାନୀର ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟରେ ଦକ୍ଷତା ବିକାଶ ନେଇ ଥିବା ପରିବେଶ ଏବଂ ରାଜ୍ୟରେ ଏହାର ଭବିଷ୍ୟତ ନେଇ ପୁଂଖାନୁପୁଂଖ ଆଲୋଚନା ହୋଇଥିଲା ।

ରାଜ୍ୟ ସରକାର ଓଡିଶାକୁ ସ୍କିଲ କ୍ୟାପିଟାଲ କରିବା ପାଇଁ ଉଦ୍ୟମ କରୁଛନ୍ତି ଏବଂ ଏଥି ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ବରିଷ୍ଠ ଅଧିକାରୀ । ଉଦଘାଟନ ଉତ୍ସବରେ ରାଜ୍ୟ ଦକ୍ଷତା କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତୋ ବାଗ୍ଚୀ , ଅଷ୍ଟ୍ରେଲିଆ ହାଇକମିଶନଙ୍କ ପ୍ରଥମ ସଚିବ ଲିଣ୍ଡେ କର୍ବେଟ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଏକାଧିକ ଶିଳ୍ପୋଦ୍ୟୋଗୀ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଏହି ଅବସରରେ ସଫଳ ଉଦ୍ୟୋଗ, ସଫଳ ପ୍ରଶିକ୍ଷକ, ସଫଳ ଚାକିରିଦାତା ଆଦି ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି ।