ଗ୍ରାମୀଣ ଦକ୍ଷତାରେ ଓଡିଶାକୁ ମିଳିଲା ଅର୍ନ୍ତଜାତୀୟ ସ୍ୱୀକୃତି

32

vlcsnap-2016-06-05-18h50m45s727କନକ ବ୍ୟୁରୋ : ଗ୍ରାମୀଣ ଓଡିଶାର ଦକ୍ଷତାକୁ ଅର୍ନ୍ତଜାତୀୟ ସ୍ୱୀକୃତି । ଗ୍ରାମାଂଚଳର ଯୁବକ-ଯୁବତୀଙ୍କୁ ଆତ୍ମନିଯୁକ୍ତି ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଓରମାସ୍କକୁ ମିଳିଛି ପ୍ରଶଂସା । ପ୍ୟାରିସରେ ୟୁନେସ୍କୋ ମୁଖ୍ୟାଳୟରେ ଅନୁଷ୍ଠିତ ଗ୍ଲୋବାଲ ସ୍କିଲ୍ ଡେଭଲପମେଂଟ ମିଟରେ ଗ୍ରାମାଂଚଳରେ ଦକ୍ଷତା ବିକାଶ ପାଇଁ ଶ୍ରେଷ୍ଠ ରାଜ୍ୟ ଭାବେ ଓଡିଶାକୁ ସ୍ୱୀକୃତି ମିଳିଛି । ୟୁରୋପ-ଇଣ୍ଡିଆ ଫାଉଣ୍ଡେସନ୍ ପକ୍ଷରୁ ଓଡ଼ିଶାକୁ ଏକ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । ବିଭିନ୍ନ ଦେଶ ଓ ପ୍ରଦେଶରେ କାର୍ଯ୍ୟକାରୀ ଦେଉଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଅନୁଧ୍ୟାନ କରି ଏହି ନିଷ୍ପତି ନେଇଛି ଫାଉଣ୍ଡେସନ । କ୍ଷୁଦ୍ର ଶିଳ୍ପର ବିକାଶ ଏବଂ ଏଥିରେ ଗ୍ରାମାଚଂଳ ଯୁବକ-ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ସଫଳ ହୋଇଥିବା ଓରମାସକୁ ଏଥିରେ ପ୍ରଶଂସା କରାଯାଇଛି । ପୂର୍ବରୁ ଓରମାସର କାର୍ଯ୍ୟକ୍ରମକୁ କେନ୍ଦ୍ର ସରକାର ପ୍ରସଂଶା କରିବା ସହ ଅନ୍ୟ ରାଜ୍ୟଗୁଡ଼ିକୁ ଏହି କାର୍ଯ୍ୟକ୍ରମକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ ।