କୃଷକଙ୍କୁ ଦକ୍ଷତା ବିକାଶ ତାଲିମ ଦେବେ କେନ୍ଦ୍ର ସରକାର ! ଆଧୁନିକ କୃଷି ପ୍ରଣାଳୀ ମାଧ୍ୟମରେ ଉତ୍ପାଦନ କ୍ଷମତା ବୃଦ୍ଧି କରିବା ମୁଖ୍ୟ ଲକ୍ଷ୍ୟ

77

କନକ ବ୍ୟୁରୋ : କ୍ଷୁଦ୍ର ଏବଂ ନାମମାତ୍ର କୃଷକଙ୍କ ଦକ୍ଷତା ବିକାଶ ପାଇଁ ଭାରତ ସରକାରଙ୍କ ଜାତୀୟ ସ୍କିଲ୍ ଡେଭଲପ୍ମେଣ୍ଟ କର୍ପୋରେସନ୍(ଏନ୍ଏସ୍ଡିସି) ପକ୍ଷରୁ ଏକ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାରେ ପ୍ରଥମେ ମହାରାଷ୍ଟ୍ରର ୨.୮୨ ଲକ୍ଷ କୃଷକଙ୍କୁ ଆବଶ୍ୟକ ତାଲିମ୍ ଯୋଗାଇ ଦିଆଯିବ। ଏହା ମହାରାଷ୍ଟ୍ର ଷ୍ଟେଟ୍ ସ୍କିଲ୍ ଡେଭଲପ୍ମେଣ୍ଟ ସୋସାଇଟିର ମିଳିତ ସହଯୋଗରେ କାର‌୍ୟ୍ୟକାରୀ ହେବ । ସେମାନଙ୍କୁ ମିଳିତ କୃଷି ଉପରେ ତାଲିମ୍ ଦିଆଯିବ । ଏହା ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅନ୍ତର୍ଗତ କାର‌୍ୟ୍ୟକାରୀ ହେବ ।

ଏହି ଯୋଜନା ଅନ୍ତର୍ଗତ କୃଷକଙ୍କୁ ୧୬ ମାସର ତାଲିମ୍ ପ୍ରଦାନ କରାଯିବ । ଏହା ସହିତ ୬୮ ଘଣ୍ଟାର ବ୍ରିଜ୍ ପାଠ୍ୟକ୍ରମ ପ୍ରଦାନ କରାଯିବ । ସେମାନଙ୍କୁ ବଜାର ଭିତିକ ୩-୫ ଯୋଜନା ପ୍ରଦାନ କରାଯିବ । ନବୀନତମ ପ୍ରୟାସ ମାଧ୍ୟମରେ ଦକ୍ଷତା ବିକାଶ ଏବଂ ଆତ୍ମ ନିର୍ଭରଶୀଳତା ବୃଦ୍ଧିର ପ୍ରୟାସ ଏହା ଦ୍ୱାରା କରାଯିବ । ଏହି ପାଠ୍ୟକ୍ରମରେ କୃଷି ଭାଲ୍ୟୁ ଚେନ୍ ଏବଂ ବିକଶିତ ମାର୍କେଟ ସୁବିଧା ଉପଲବ୍ଧ କରାଯିବାର ପ୍ରୟାସ ହେବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ କୃଷକଙ୍କ ଆର୍ଥିକ ବିକାଶ ଧାରା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଆଧୁନିକ କୃଷି ପ୍ରଣାଳୀର ଉପଯୋଗ ମାଧ୍ୟମରେ ସେମାନଙ୍କର ଉତ୍ପାଦନ କ୍ଷମତା ବୃଦ୍ଧି କରିବା ଏହାର ପ୍ରମୁଖ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଆଧାରରେ ମହାରାଷ୍ଟ୍ର ସରକାର ୨୦୨୨୨ ସୁଦ୍ଧା ୪୫ ନିୟୁତ ଲୋକଙ୍କୁ ତାଲିମ୍ ଦେବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହାଦ୍ୱାରା ରାଜ୍ୟର କୃଷକଙ୍କ ଆର୍ଥିକ ବିକାଶ ସହିତ ଅନ୍ତର୍ଭୁକ୍ତିକରଣ ଯୋଜନା କାର‌୍ୟ୍ୟକାରୀ ହୋଇପାରିବ।