ଓଡିଶାରେ ଗଠନ ହେବ ସ୍କିଲ୍ ଡେଭଲମେଂଟ୍ ଅଥରିଟି : ସୁବ୍ରତ ବାଗଚୀ ଅଥରିଟି ମୁଖ୍ୟ

126

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ :ଓଡିଶାରେ ଗଠନ ହେବ ସ୍କିଲ୍ ଡେଭଲମେଂଟ୍ ଅଥରିଟି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଏନେଇ ଆଜି ଘୋଷଣା କରିଛନ୍ତି । ଏହି ଅଥରିଟିର ମୁଖ୍ୟ ରହିବେ ମାଇଣ୍ଡ୍ ଟ୍ରୀ ମୁଖ୍ୟ ସୁବ୍ରତ ବାଗଚୀ । ଆସନ୍ତା ୧ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ । ବାଗଚୀଙ୍କୁ ମିଳିବ ରାଜ୍ୟ କ୍ୟାବିନେଟ୍ ପାହ୍ୟା । ରାଜ୍ୟରେ ଯୁବକଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏହି ପ୍ରାଧିକରଣ କାର୍ଯ୍ୟକରିବ । ସେହିପରି ରାଜ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ଗୁଡ଼ିକର ମଧ୍ୟ ତଦାରଖ କରିବ ।