ରାଜ୍ୟରେ ସ୍କିଲ୍ ଡେଭଲମେଂଟ୍ ଅଥରିଟି ଗଠନ ପ୍ରସଙ୍ଗ : ଆସନ୍ତାକାଲି ଦାୟିତ୍ୱ ନେବେ ସୁବ୍ରତ ବାଗଚି

67

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆସନ୍ତାକାଲ ଦାୟିତ୍ୱ ନେବେ ସ୍କିଲ୍ ଡେଭଲପମେଂଟ୍ ଅଥରିଟିର ମୁଖ୍ୟ ସୁବ୍ରତ ବାଗଚି । ଦାୟିତ୍ୱ ଗ୍ରହଣ ପରେ କାଲିଠୁ ସେ ୩୦ ଟି ଜିଲ୍ଲା ପରିଦର୍ଶନ କରିବେ । ରାଜ୍ୟରେ ଯୁବକଙ୍କ ଦକ୍ଷତା ବୃଦ୍ଧି ଦିଗରେ ଏହି ପ୍ରାଧିକରଣ କାର୍ଯ୍ୟକରିବ  । ସେହିପରି ରାଜ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ହେଉଥିବା ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ଗୁଡ଼ିକର ମଧ୍ୟ ସେ ତଦାରଖ କରିବେ । ଓଡିଶାର ଯୁବକ ଓ ଯୁବତୀଙ୍କୁ ନେଇ ସ୍କିଲ ମୁଭମେଂଟ ସହ  ସ୍କିଲ ଡେଭଲପମେଂଟ କରାଯିବ । ଏଥିପାଇଁ  ଓଡିଆବାସୀଙ୍କ ସାହାର୍ଯ୍ୟ  ଓ ସହାନୁଭୂତି ଦରକାର ବୋଲି କହିଛନ୍ତି ବାଗଚି ।