ଗଙ୍ଗା ସାଗର ମେଳାରେ ଦଳାଚକଟା : ୯ଜଣଙ୍କ ମୃତ୍ୟୁ ଏବଂ ବହୁଲୋକ ଆହତ

61

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଚାଲିଥିବା ଗଙ୍ଗା ସାଗର ମେଳାରେ ଦଳାଚକଟା । ଏଥିରେ ୯ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ମହିଳା ଅଛନ୍ତି, ଓ ବହୁଲୋକ ଆହତ ହୋଇଛନ୍ତି । ମକର ସଂକ୍ରାନ୍ତି ଅବସରରେ ଚାଲିଥିବା ମେଳାରୁ ଶ୍ରଦ୍ଧାଳୁ ଫେରୁଥିବା ବେଳେ ଦଳାଚକଟା ହୋଇଥିଲା । ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପରେ ଆଉ ୩ଜଣ ପ୍ରାଣ ହରାଇଥିବା ଜଣାପଡିଛି ।

ଗଙ୍ଗାସାଗର ସଂଗମ ସ୍ଥଳରେ ଶ୍ରଦ୍ଧାଳୁମାନେ ମାଘ ସ୍ନାନ କରି ଘାଟକୁ ଫେରିଥିବାବେଳେ ନଦୀରେ ହଠାତ ଜୁଆର ମାଡିଆସିଥିଲା । ଫେରି ଘାଟକୁ ଯିବାପାଇଁ ଶ୍ରଦ୍ଧାଳୁ ଲଂଚରେ ବସିବାକୁ ଯିବାବେଳେ ଦଳାଚକଟା ହୋଇଥିଲା । ଦଳାଚକଟା ଫଳରେ ଫେରି ଘାଟରେ ଥିବା ବ୍ୟାରିକେଡ ଭାଙ୍ଗି ପଡିବାରୁ ୧୪ଜଣ ଶ୍ରଦ୍ଧାଳୁ ନଦୀ ଗର୍ଭକୁ ଖସି ପଡିଥିଲେ । ଓଡ୍ରାଫ ବାହିନୀ ସେମାନଙ୍କୁ ଉଦ୍ଧାର କରିଥିଲେ ।