ଶବ ପୋଡ଼ିବାକୁ ଯାଇ ନିଜେ ହୋଇଗଲେ ଶବ! ସ୍ୱର୍ଗଦ୍ୱାରରୁ ଫେରିବା ବେଳେ ସଡକ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ଗୋଟିଏ ପରିବାର

40

କନକ ବ୍ୟୁରୋ : ଶବ ସକ୍ରାର ପାଇଁ ଯାଇଥିଲେ କିନ୍ତୁ ନିଜେ ଶବ ପାଲଟିଗଲେ । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଆଜି ସତ୍ୟବାଦୀରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ପୁରୀ ସ୍ୱର୍ଗଦ୍ୱାରରେ ଶବ ସକ୍ରାର କରି ଘରକୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ରୁ୍ୟ ହୋଇାଯାଇଛି । ଗୋଟିଏ ପରିବାର ନିଶ୍ଚିହ୍ନ ହୋଇଯାଇଛି ।

vlcsnap-2018-01-22-21h48m52s575ସ୍ୱର୍ଗଦ୍ୱାରରେ ଜଣେ ସମ୍ପର୍କୀୟଙ୍କ ଶବ ସକ୍ରାର କରି ଘରକୁ ଫେରୁଥିଲେ । ଆଉ ମାତ୍ର ୫ କିଲୋମିଟର ଯାଇଥିଲେ ସମସ୍ତେ ଗାଁରେ ପହଁଚି ଯାଇଥାନ୍ତେ । ହେଲେ ବିଧିର ବିଧାନ ଥିଲା ଅଲଗା । ଅଧାବାଟରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଚାହୁଁ ଚାହୁଁ ୬ ଜଣଙ୍କ ଜୀବନ ଚାଲିଗଲା ।

ରବିବାର, ମଧ୍ୟରାତ୍ରିରେ ସ୍ୱର୍ଗଦ୍ୱାରରେ ଶବ ସକ୍ରାର କରି ଗୋଟିଏ ଅଟୋରେ ଫେରୁଥିଲେ ସତ୍ୟବାଦୀ ଅଂଚଳର ୮ ଜଣ । ହେଲେ ଅନ୍ଧାର ରାତିରେ ଜଗନ୍ନାଥ ସଡକର ଶୁକଳ ଓ ଆଳିସ ମଧ୍ୟରେ ଅଟୋଟିକୁ ହଠାତ୍ ଧକା ଦେଇଥିଲା ଏକ ପଥର ବୋଝେଇ ଟ୍ରକ୍ । ଟ୍ରକ୍ ଧକାରେ ଅଟୋଟି କିଛି ବାଟ ଘୋଷାରି ହୋଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଟ୍ରକ୍ ଓ ଗଛ ମଧ୍ୟରେ ଅଟୋ ସହ ଯାତ୍ରୀମାନେ ଚାପି ହୋଇଯାଇଥିଲେ । ଚାହୁଁ ଚାହୁଁ ୪ ଜଣଙ୍କ ଜୀବନ ଚାଲିଗଲା । ଆଉ ଦୁଇଜଣ ହସପିଟାଲରେ ପ୍ରାଣ ହରାଇଲେ ।

ଏମିତି ବି ଆସେ ମୃତ୍ୟୁ । ପ୍ରଥମେ ଜଣେ ଆତ୍ମୀୟଙ୍କ ମୃତ୍ୟୁ ! ଆଉ ଏହାର କିଛି ଘଂଟା ମଧ୍ୟରେ ଚାଲିଗଲା ଆଉ ୬ ଜଣ ସମ୍ପର୍କୀୟଙ୍କ ଜୀବନ । ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ପରେ ସମଗ୍ର ଅଂଚଳରେ ଏବେ ଶୋକର ଛାୟା ଖେଳିଯାଇଛି ।