ବିଲୁପ୍ତ ଘଡ଼ିଆଳଙ୍କ ବଂଶବୃଦ୍ଧି ଓ ପ୍ରଜନନ ପାଇଁ ପଦକ୍ଷେପ : ଅନୁଗୁଳ ସାତକୋଶିଆ ଗଣ୍ଡରେ ଛଡାଗଲା ୬ଟି ଘଡ଼ିଆଳ

89

ଅନୁଗୁଳ : ଅନୁଗୁଳ ସାତକୋଶିଆ ଗଣ୍ଡରେ ଛଡାଗଲା ୬ଟି ଘଡ଼ିଆଳ । ସାତକୋଶିଆ ଅଭୟାରଣ୍ୟ ସ୍ଥିତ ମହାନଦୀ ଗଣ୍ଡରେ ବନବିଭାଗ ପକ୍ଷରୁ ୬ଟି ମାଈ ଘଡ଼ିଆଳ କୁମ୍ଭୀରଙ୍କୁ ନଦୀ ମଧ୍ୟରେ ଛଡାଯାଇଛି ।

ପୂର୍ବରୁ ଏଠାରେ ୩ଟି ଘଡ଼ିଆଳ ଥିବାବେଳେ ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି । ୧୯୮୦ ପରେ ଦୀର୍ଘ ୩୬ବର୍ଷ ବ୍ୟବଧାନରେ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ସାତକୋଶିଆ ବନବିଭାଗ ଏହି ପଦକ୍ଷେପ ନେଇଛି ।

ଦେଢ ବର୍ଷ ପୂର୍ବେ ଏହି ଘଡ଼ିଆଳକୁ ନନ୍ଦନକାନନରୁ ଅଣାଯାଇ ଟିକରପଡା ପ୍ରଜନନ ଓ ସଂରକ୍ଷଣ କେନ୍ଦ୍ରରେ ରଖାଯାଇ ଯତ୍ନ ନିଆଯାଉଥିଲା । ୬ଟି କୁମ୍ଭୀରଙ୍କୁ ଟିକରପଡା ପ୍ରଜନନ କେନ୍ଦ୍ରରୁ ସୁରକ୍ଷିତ ଭାବେ ଏକ ଦୋଳାରେ ବନ୍ଧାଯାଇ ବୋଟକୁ ଅଣାଯାଇଥିଲା ।

ନୂଆକରି ନଦୀକୁ ଯାଉଥିବା ଏହି କୁମ୍ଭୀରମାନେ ଯେପରି ସେଠାରେ ଖାପ ଖୁଆଇ ଚଳିପାରିବେ ସେଥିପାଇଁ ତାଙ୍କୁ ରୋଗ ପ୍ରତିଷେଧକ ଇଞ୍ଜେକସନ ମଧ୍ୟ ଦିଆଯାଇଥିଲା ।

ପରେ ବନବିଭାଗର ୪ଟି ବୋଟରେ ନିଆଯାଇ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡର ସୁନିଖଣିଁଆ ନିକଟରେ ପାଣିରେ ଛାଡି ଦିଆଯାଇଥିଲା । ଏହି ୬ଟି ଘଡ଼ିଆଳଙ୍କୁ ନଜରେ ରଖିବା ପାଇଁ ଆରସିସିଏଫ ନିର୍ଦ୍ଦେଶ ଦେଇଛନ୍ତି । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :