ବାହୁବଳୀ ନିର୍ଦେଶକଙ୍କୁ ବ୍ଲାକମେଲ୍ ! ୧୫ ଲକ୍ଷ ଟଙ୍କା ମାଗି ଗିରଫ ହେଲେ ୬ ଅଭିଯୁକ୍ତ

28

କିଛି ଦିନ ତଳେ ରିଲିଜ୍ ହୋଇଥିବା ସିନେମା ‘ବାହୁବଳୀ – ଦ କନକ୍ଲୁଜନ’ ବକ୍ସ ଅଫିସରେ ଧୁମ୍ ମଚାଉଛି । ସିନେମାଟି ଏଯାଏଁ ପ୍ରାୟ ୧୫୦୦ କୋଟି ଟଙ୍କା କମେଇ ସାରିଛି । ତେବେ ସିନେମାର ସଫଳତାକୁ ଦେଖି କିଛି ଅସାମାଜିକ ବ୍ୟକ୍ତି ଏହାର ନିର୍ଦେଶକଙ୍କୁ ବ୍ଲାକମେଲ୍ କରି ଗିରଫ ହୋଇଛନ୍ତି । କରଣ ଯୋହର ଏବଂ ଅନ୍ୟ ନିର୍ଦେଶକଙ୍କୁ ସିନେମାର ପାଇରେଟେଡ୍ କପି ବିକ୍ରିି କରିବାର ଧମକ ଦେଇ ୧୫ ଲକ୍ଷ ଟଙ୍କା ମାଗୁଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୁଲିସ୍ । ଗିରଫ ମାନଙ୍କ ମଧ୍ୟରେ ବିହାରର ଜଣେ ଥିଏଟର୍ ମାଲିକ ଅଛନ୍ତି ।