ତାରା ମାରିଲେ ତୀର ! କଂଗ୍ରେସ୍ ବିଷୟରେ କଡ଼ା କଥା କହିଲେ ବିରୋଧୀଦଳ ମୁଖ୍ୟ ସଚେତକ

38

କନକ ବ୍ୟୁରୋ : ନେତୃତ୍ୱ ଅଭାବରୁ କଂଗ୍ରେସରୁ ନେତା ଓ କର୍ମୀ ଦଳ ଛାଡି ଚାଲିଯାଉଛନ୍ତି । ରାଜ୍ୟ କଂଗ୍ରେସ୍ ମୁଖିଆଙ୍କୁ ଟାର୍ଗେଟ୍ କରି ଏଭଳି କହିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ରାଜ୍ୟରେ କଂଗ୍ରେସର ସଂଗଠନ ମାଇନ୍ସରେ ଚାଲିଛି ବୋଲି ତାରା କହିଛନ୍ତି । କେବଳ ଅଳ୍ପ କେତେଜଣ ନେତା କଂଗ୍ରେସରେ ରହି ଚିତ୍କାର କରୁଥିବେ କିନ୍ତୁୁ ବର୍ତ୍ତମାନ ପରିସ୍ଥିତିରେ ଦଳ ସରକାର ଗଢିବା ସମ୍ଭାବନା ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରି କହିଛନ୍ତି । ଏପଟେ ତାରା ଜଣେ ନେତା ନୁହଁନ୍ତି ବୋଲି କହିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସଂଧ୍ୟା ମହାପାତ୍ର । ଶୁକ୍ରବାର ଦଳର ସାଂଗଠନିକ ବୈଠକ ଆୟୋଜନ ହେବାକୁ ଥିବା ବେଳେ ଏହି ଆରୋପ ପ୍ରତ୍ୟାରୋପ ଏବେ ପୁଣି ଚର୍ଚ୍ଚାର ବିଷୟ ହୋଇଛି ।