ସୁଧୁରୁଛି ମଧ୍ୟପ୍ରଦେଶ ମନ୍ଦସୌର ପରିସ୍ଥିତି ! ୨ଦିନ ପରେ ଆଜି ସହରର କିଛି ଅଂଚଳରେ କର୍ଫ୍ୟୁ କୋହଳ

17

କନକ ବ୍ୟୁରୋ : ସୁଧୁରୁଛି ମଧ୍ୟପ୍ରଦେଶ ମନ୍ଦସୌର ପରିସ୍ଥିତି । ୨ଦିନ ପରେ ଆଜି ସହର କିଛି ଅଂଚଳରେ କର୍ଫ୍ୟୁ କୋହଳ କରାଯାଇଛି । ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲଗାଯିବା ସହ ୧୪୪ ଧାରା ଜାରି କରାଯାଇଥିଲା । ମନ୍ଦସୌରର ଚାଷୀ ଆନ୍ଦୋଳନକୁ ନେଇ ରାଜ୍ୟରେ ବ୍ୟାପକ ହିଂସା ଦେଖାଦେଇଥିଲା ।

ବୁଧବାର ଦିନ ପ୍ରଦର୍ଶନ ବେଳେ ପୋଲିସ ଗୁଳିରେ ୫ ଜଣ ଚାଷୀ ପ୍ରାଣ ହରାଇଥିଲେ । ଏହା ପରେ ସ୍ଥିତି ବେକାବୁ ହୋଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟପାକ ପୋଡାଜଳା ଓ ଭଙ୍ଗାରୁଜା କରିଥିଲେ ବିକ୍ଷୋଭ ପ୍ରଦର୍ଶନକାରୀ । ଚାଷୀ ଆନ୍ଦୋଳନ ପରେ ୫ଜଣ ଚାଷୀଙ୍କ ମୃତ୍ୟୁକୁ ନେଇ ଏପର୍ୟ୍ୟନ୍ତ ୫୬ଜଣଙ୍କ ଗିରଫ ଓ ୧୦୦ଜଣଙ୍କୁ ହେପାଜତକୁ ନିଆଯାଇଛି ।