ଗୋଡାଉଛି ବାଘ ଡର ! ମାଆ କୋଳରୁ ଛୁଆକୁ ଝାମ୍ପିନେବା ପରେ ସଂଜ ନଇଁଲେ ପଡୁଛି ତାଟିକବାଟ

86

କନକ ବ୍ୟୁରୋ : ବାଘ ଓ ମୃତ୍ୟୁର ଭୟ ଗାଁରେ ଖେଳାଇଦେଇଛି ଆତଙ୍କ । ନୂଆପଡ଼ା ଜିଲ୍ଲା ହଳଦୀ ଗାଁରେ ଜଣେ ୪ବର୍ଷର ପୁଅ ଛଗନକୁ ପଲରାପତରିଆ ବାଘ ଘରୁ ଟାଣି ନେବା ଘଟଣା ଏବେ ପୁରା ଗାଁର ଚିତ୍ର ବଦଳାଇ ଦେଇଛି । ଦିନ ଦୁଇପହରେ ଘରେ ପଡୁଛି କବାଟ । ଠେଙ୍ଗାବାଡି ଧରି ପହରା ଦେଉଛନ୍ତି ଗାଁ ଲୋକ । ଗାଁର ଜୀବ-ଜନ୍ତୁଙ୍କୁ ବି କଡ଼ା ନଜର ଭିତର ରଖାଯାଉଛି । ସଂଜ ନଇଁଲେ ଘର ଗାଁ ଦାଣ୍ଡ ଶୁନଶାନ୍ ହୋଇଯାଉଛି । ଏବଂ ଘରଦ୍ୱାର ବନ୍ଦକରି ଭୟରେ ଦିନକାଟୁଛନ୍ତି ଲୋକେ ।

ଆଉ ଏହାରି ଭିତରେ ନିଜ ଟିମ୍ ନେଇ ଗାଁରେ ପହଂଚିଛନ୍ତି ଜିଲ୍ଲା ବନ ଅଧିକାରୀ । ମୃତ ଛଗନର ପରିବାର ଲୋକଙ୍କୁ ଭେଟିବା ସହ କ୍ଷତିପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ୱାଇଲ୍ଡ ଲାଇଭ୍ ତରଫରୁ ୩ ଲକ୍ଷ ଏବଂ ରେଡକ୍ରସ୍ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଛଗନର ମୃତ୍ୟୁ ଏବେ ସ୍ଥାନୀୟ ଅଂଚଳରେ ଏକ ଆତଙ୍କର ବାତାବରଣ ସୃଷ୍ଟି କରିଛି । ଆଉ କଲରାପତିଆ ବାଘ ଲୋକଙ୍କ ସ୍ୱାଭାବିକ ଜୀବନ ଯାପନରେ ସୃଷ୍ଟି କରିଛି ଏକ ନୂଆ ଝଡ଼ ।