ଆପଣ ମଧ୍ୟ ଲମ୍ବା ସମୟ ଧରି ଏଭଳି ମୁଦ୍ରାରେ ବସି ରହୁଛନ୍ତି କି ? ସାବଧାନ ହୋଇପାରେ ଏହି ସମସ୍ୟା ।

82

ବସିବାର ଷ୍ଟାଇଲ ସମସ୍ତଙ୍କର ଭିନ୍ନ ଭିନ୍ନ । ଏହା ନିଜ ନିଜର ଷ୍ଟାଇଲ ଏବଂ ଆରାମ ଉପରେ ନିର୍ଭର କରିଥାଏ । ତେବେ ଗୋଡ଼କୁ କ୍ରସ କରି ବସିବା ଖୁବ ସାମାନ୍ୟ ଏବଂ ସମାଜରେ ଏହାକୁ ସ୍ୱୀକୃତି ମଧ୍ୟ ଦିଆଯାଇଛି । କିନ୍ତୁ ଲମ୍ବା ସମୟ ଧରି ଗୋଡ଼କୁ କ୍ରସ କରି ବସିବା ଦ୍ୱାରା ସ୍ୱାସ୍ଥ୍ୟ ପ୍ରତି କ୍ଷତି ପହଂଚିଥାଏ ।ଡାକ୍ତରଙ୍କ କହିବା ଅନୁସାରେ ଗୋଡ଼କୁ କ୍ରସ କରି ବସିବା ଦ୍ୱାରା ଆଣ୍ଡୁର ପଛଭାଗର ଶିରା ଉପରେ ପ୍ରଭାବ ପଡ଼ିଥାଏ । ଯଦି ଏହିଭଳି ପୋଜିସନରେ ଲମ୍ବା ସମୟ ଧରି ବସିବେ ତେବେ ମାଂସପେଶୀ ଉପରେ ଖରାପ ପ୍ରଭାବ ପଡ଼ିବ । ଲମ୍ବା ସମୟ ଧରି ଗୋଡ଼କୁ କ୍ରସ କରି ବସିବା ଦ୍ୱାରା ପେରୋନିଲ ନର୍ଭ ପାଲସୀ ଭଳି ସମସ୍ୟା ଦେଖାଯାଏ । ତେବେ ଏହା ଏକ ଅବସ୍ଥା । ଏହାକୁ ଫୁଟ ଡ୍ରପ କୁହାଯାଏ । ପରିଣାମ ସ୍ୱରୂପ ମାଂସପେଶୀ କିଛି ସମୟ ପାଇଁ କାମ କରିନଥାଏ ଏବଂ ଗୋଡର ପୋଜିସନ ବଳଦାଇବା ସମୟରେ କଷ୍ଟ ଅନୁଭବ ହୋଇଥାଏ ।
ଏହିଭଳି ବସିବା ଦ୍ୱାରା ରକ୍ତଚାପ ହୋଇଥାଏ । ଯଦିଓ ପୋଜିସନ ପରିବର୍ତ୍ତନ କରିବା ପରେ ଏହା ନର୍ମାଲ ହୋଇଯାଏ ତଥା ବହୁ ସମୟ ଧରି ବସିବା ଦ୍ୱାରା ଏହି ଅସୁବିଧା ସର୍ବଦା ଦେଖାଯାଏ । ଏହା ବ୍ୟତୀତ ନର୍ଭସ ପ୍ରସାରିତ ହୋଇଯାଏ ଏବଂ ଏହି ନର୍ଭସ ଖୁବ କଷ୍ଟଦାୟକ ଏବଂ ଦେଖିବାକୁ ଖୁବ ଅସୁନ୍ଦର ମଧ୍ୟ ।