ଆପଣ ଜାଣନ୍ତି କି ଚଟାଣ ଉପରେ ବସି ଖାଇବାର ଫାଇଦା କ’ଣ ?

ଚଟାଣରେ ବସି ଖାଇଲେ ଭଲ ହଜମ ହୋଇଥାଏ । ଏହା ସହ ବ୍ୟକ୍ତି ସକ୍ରିୟ ରହେ।

272

ବଦଳୁଛି ସମୟ, ବଦଳୁଛି ମଣିଷ । ଆଧୁନିକ ଯୁଗ ସହ ତାଳ ଦେଇ ବଢିଚାଲିଛି ମଣିଷ । ତେବେ ଯୁଗ ଆଧୁନିକ ହେବା ସଙ୍ଗେ ସଙ୍ଗେ ତଳେ ବସି ଖାଇବା ଏକ ପ୍ରକାର ଲୋପ ପାଇ ଆସିଲାଣି । ଘରେ ଘରେ ଏବେ ଡାଇନିଂ ସେଟ୍। ଏମିତି ଖୁବ୍ କମ୍ ଲୋକ ଥିବେ ଯିଏ ଚଟାଣ ଉପରେ ବସି ଭୋଜନ କରୁଥିବେ । ତେବେ କଣ ଆପଣ ଜାଣନ୍ତି ଚଟାଣ ଉପରେ ବସି ଖାଇବାର ବହୁ ଫାଇଦା ରହିଛି ।

• ଚଟାଣରେ ବସି ଖାଇଲେ ଭଲ ହଜମ ହୋଇଥାଏ । ଏହା ସହ ବ୍ୟକ୍ତି ସକ୍ରିୟ ରହେ।

• ଚଟାଣରେ ବସି ଖାଇଲେ ଓଜନ କମିବା ସହ ଶରୀରରେ ଚର୍ବି ଲାଗି ନଥାଏ ।

• ଚଟାଣରେ ବସି ଖାଇବାକୁ ହେଲେ ଗୋଡ଼କୁ ଗୋଡ଼ ଛନ୍ଦି ବସିବାକୁ ପଡିଥାଏ । ଯାହା ଦ୍ୱାରା ଶରୀରରେ ରକ୍ତ ସଂଚାଳନ ଭଲ ହୋଇଥାଏ।

• ସୁଖାସନରେ ବସି ଖାଇବା ଦ୍ୱାରା ଶରୀର ଚଳଚଞ୍ଚଳ ହୋଇଥାଏ।