ପୁଣି ସାମନାକୁ ଆସିଲା ବିଜେପି ନେତାଙ୍କ ବିତଣ୍ଡା ଯୁକ୍ତି ! ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ କହିଲେ, ରାମାୟଣ ଯୁଗରେ ଥିଲା ଟେଷ୍ଟଟ୍ୟୁବ୍ ବେବିର ସୂତ୍ର

30

କନକ ବ୍ୟୁରୋ : ବିଜେପି ନେତାଙ୍କ ବିତଣ୍ଡା ଯୁକ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ପରେ ଏବେ ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ । ଦୀନେଶ ଶର୍ମା କହିଛନ୍ତି ପୌରାଣିକ ଯୁଗରେ ଭାରତରେ ଥିବା ଟେଷ୍ଟଟ୍ୟୁବ୍ ବେବିର ସୂତ୍ର । ଟେଷ୍ଟଟ୍ୟୁବ ବେବିର କୌଶଳ ଥିବା ବୋଲି ଦେବୀ ସୀତାଙ୍କ ଜନ୍ମ ମାଟି ପାତ୍ରରୁ ସଂଭବ ହେଲା ବୋଲି କହିଛନ୍ତି । ଆଉ ବିପ୍ଳବ ଦେବଙ୍କ ଭଳି ମହାଭାରତ ଯୁଗର ଲାଇଟ୍ ଟେଲିକାଷ୍ଟର ପୁରୁଣା ଫର୍ମୁଲା ବି ବୟାନ କରିଛନ୍ତି ।

ଦୀନେଶ ଶର୍ମା ଜଣେ ସାଧାରଣ ଲୋକ ନୁହଁନ୍ତି, ସେ ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ କହିଛନ୍ତି,

୧ – ଲୋକେ କହନ୍ତି ସୀତା ମାଟି ପାତ୍ରରୁ ଜନ୍ମ ହୋଇଥିଲେ
୨-ଏହାର ଅର୍ଥ ହେଲା ରାମାୟଣ ଯୁଗରେ ଟେଷ୍ଟ ଟ୍ୟୁବ ବେବିର ବୈଷୟିକ ଜ୍ଞାନ ଉପଲବ୍ଧ ଥିଲା

ଉତ୍ତରପ୍ରଦେଶର ଏହି ବରିଷ୍ଠ ବିଜେପି ନେତା ଆଉ ଏକ ପାଦକୁ ଆଗକୁ ଯାଇ ଲାଇଭ ଟେଲିକାଷ୍ଟରେ ବି ବୟାନ ଦେଇଛନ୍ତି । ସେ କହିଛନ୍ତି

୧ -ଆଜିକାଲି ଲାଇଭ୍ ଟେଲିକାଷ୍ଟ କରାଯାଉଛି
୨-କିନ୍ତୁ ମୁୁଁ ଭାବୁଛି ମହାଭାରତ ଯୁଗରେ ମଧ୍ୟ ଏହି ବୈଷୟିକ ଜ୍ଞାନ ଉପଲବ୍ଧ ଥିଲା ।
୩- ଲାଇଭ୍ ଟେଲିକାଷ୍ଟ ମାଧ୍ୟମରେ ସଞ୍ଜୟ ରାଜା ଧୃତରାଷ୍ଟ୍ରଙ୍କୁ ମହାଭାରତ ଯୁଦ୍ଧର ଟିକନିଖ୍ ବିବରଣୀ ଦେଉଥିଲେ ।

ଏହି ମନ୍ତବ୍ୟରେ ଗୋଟିଏ ଦିନ ପୂର୍ବରୁ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ, ସାମ୍ବାଦିକତାକୁ ମଧ୍ୟ ପୌରାଣିକ ଯୁଗ ସହ ଯୋଡ଼ି ବୟାନ ରଖିଥିଲେ । କହିଥିଲେ,

୧ – ଆପଣଙ୍କ ଗୁଗଲ ଏବେ ଆରମ୍ଭ ହୋଇଛି ।
୨- କିନ୍ତୁ ଆମର ଗୁଗଲ ପ୍ରାଚୀନ ଯୁଗରୁ ଆରମ୍ଭ ହୋଇଥିଲା
୩- ସୂଚନା ଦେବାରେ ନାରଦ ମୁନି ସବୁଠାରୁ ଆଗରେ ଥିଲେ
୪-ସେ କ୍ଷଣିକ ମାତ୍ରେ ଯେ କୌଣସି ସ୍ଥାନକୁ ଯାଇ ସୂଚନା ଦେଉଥିଲେ ।