ଗୁମୁଡୁମାହା ତଦନ୍ତ ସାରି ଫେରିଲା ଏସଆଇଟି : ଗୁଳିକାଣ୍ଡରେ ଜବତ ସାମଗ୍ରୀ ଫରେନସିକ୍ ଲାବକୁ ପଠାଗଲା

24

କନ୍ଧମାଳ : କନ୍ଧମାଳ ବାଲିଗୁଡା ଗୁମୁଡୁମାହା ଗସ୍ତ ସାରି ଫେରିଲା ଏସଆଇଟି । ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପ୍ରାଥମିକ ଅନୁସନ୍ଧାନ ସାରି ଫେରିଛି । ଏଟି ଟିମ୍ ଘଟଣା ବାବଦରେ ୨୫ ଜଣଙ୍କ ବୟାନ ରେକର୍ଡ କରିଛି। ଏହାସହ ଗୁଳିକାଣ୍ଡ ଘଟଣାରେ ଜବତ ସାମଗ୍ରୀକୁ ଫରେନସିକ୍ ଲାବକୁ ପଠା ଯାଇଥିବା ନେଇ ଏସଆଇଟି ମୁଖ୍ୟ ଗୁରୁଦାସ କୁଣ୍ଡୁ ସୂଚନା ଦେଇଛନ୍ତି । ତେବେ ଫରେନସିକ୍ ଓ ଅନ୍ୟାନ ରିପୋର୍ଟ ଆସିବା ପରେ ତଦନ୍ତର ଦିଗ ନିର୍ଦ୍ଧାରଣ କରାଯିବ ବୋଲି କହିଛନ୍ତି ଗୁରୁଦାସ କୁଣ୍ଡୁ । ଏସଓଜି ଗୁଳିରେ ୫ ନୀରିହ ଆଦିବାସୀଙ୍କ ମୃତ୍ୟୁକୁ ନେଇ ତନାଘନା ତଦନ୍ତ ଜାରି ରହିଛି । ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଘଟଣାକୁ ନେଇ ବିଭିନ୍ନ ପ୍ରକାର ତଥ୍ୟ ସାମ୍ନାକୁ ଆସୁଥିବା ବେଳେ ରାଜ୍ୟ ସରକାର ତଦନ୍ତ ପାଇଁ ଏସଆଇଟି ଗଠନ କରିଛନ୍ତି ।