ଗୁମୁଡୁମାହା ଗୁଳିକାଣ୍ଡ ଘଟଣା : ତଦନ୍ତ କରିବାକୁ ଫୁଲବାଣୀରେ ପହଂଚିଲେ ଏସଆଇଟି ଟିମ୍

30

ଫୁଲବାଣୀ : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାର ତଦନ୍ତ କରିବାକୁ ଫୁଲବାଣୀରେ ପହଂଚିଛନ୍ତି ଏସଆଇଟି ଟିମ୍ । ଏଚଆରପିସି ଏଡିଜି ମହେନ୍ଦ୍ର ପ୍ରତାପଙ୍କ ନେତୃତ୍ୱରେ ଏହି ଟିମ୍ ଯାଇଛି । ତଦନ୍ତକାରୀ ଟିମ୍ ଥାନା ଅଧିକାରୀ ଓ ଏସଓଜି ଯବାନମାନଙ୍କୁ ଘଟଣା ସଂପର୍କରେ ପଚାରିବୁଝିବ ଟିମ୍ । ଟିମର ସଦସ୍ୟମାନେ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ଏହି ଘଟଣାରେ ମୃତ ପରିବାରଙ୍କୁ ଭେଟିବେ । କନ୍ଧମାଳ ଗୁଳିକାଣ୍ଡ ଘଟଣାକୁ ନେଇ ସରକାର ସବୁ ଆଡୁ ସମାଲୋଚନାର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଘଟଣାର ଏସଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।