କଟକରେ ଏସଆଇଟିର କଳାଧନ ସଂପର୍କିତ ବୈଠକ : ବିଭିନ୍ନ ବିଭାଗର ଅଧିକାରୀ ହେବେ ସାମିଲ

22

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଆଜି କଟକ ଠାରେ କଳାଧନ ସଂପର୍କରେ ଏସଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି । ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ବାସଭବନରେ ଏହି ବୈଠକ ବସିବ । ଏଥିରେ କ୍ରାଇମବ୍ରାଂଚର ବରିଷ୍ଠ ଅଧିକାରୀ, ଆୟକର ବିଭାଗ, ପ୍ରବର୍ତନ ନିର୍ଦ୍ଦେଶାଳୟ , ସିବିଆଇର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ବିଶେଷ କରି ଓଡିଶାର ଘରୋଇ ଶିକ୍ଷାନୁଷ୍ଠାନରେ ଲାଗିଥିବା କଳାଧନ ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିିଛି ।