ନିର୍ବାଚନ ଆୟୋଗଙ୍କ ଅଭିନବ ପ୍ରୟାସ ! ବାହୁବଲୀ ଏବଂ କଟପ୍ପାଙ୍କ ଦ୍ୱାରା ମଗାଇଲେ ଭୋଟ୍ ।

27

ନିର୍ବାଚନୀ ଋତୁରେ ପ୍ରାର୍ଥୀ ମାନେ ବିଭିନ୍ନ ଶୈଳୀରେ ଭୋଟ୍ ପାଇବା ପାଇଁ ଲୋକଙ୍କୁ ଅପିଲ୍ କରିଥାନ୍ତି । କିନ୍ତୁ ମଧ୍ୟପ୍ରଦେଶ ଜିଲ୍ଲାର ସିଙ୍ଗରୋଡ୍ ସହରରେ ନିର୍ବାଚନ ସମୟରେ ଜନତାଙ୍କୁ ସଚେତନ କରାଇବା ପାଇଁ ନିର୍ବାଚନ ଆୟୋଗ ତରଫରୁ ଅଭିନବ ଉପାୟରେ ଲୋକମାନଙ୍କୁ ସତର୍କ କରାଯାଇଛି । ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ କରିବାକୁ ଯାଇ ନିର୍ବାଚନ କମିଶନ୍ ଏଠାରେ ଟଲିଉଡ୍ ସିନେମା ବାହୁବଳୀର ସାହାର୍ଯ୍ୟ ନେଇଛନ୍ତି ।

ବାହୁବଲୀ,କଟପ୍ପା ଏବଂ ଶିବଗାମି ଏଠାରେ ଜନତାଙ୍କୁ ଭୋଟ୍ ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶରେ ନଭେମ୍ବର ୨୮ ତାରିଖରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନରେ ରାଜନୈତିକ ଦଳ ସହ ନିର୍ବାଚନ ଆୟୋଗ ମଧ୍ୟ ଅଣ୍ଟା ଭିଡିସାରିଲେଣି । ତେବେ ରାଜନୈତିକ ଦଳ ପୂର୍ବରୁ ନିର୍ବାଚନ ଆୟୋଗ ମଇଦାନକୁ ଓହ୍ଲାଇ ଏଭଳି ପ୍ରଚାର କରିବା ଆରମ୍ଭ କରିଦେଲେଣି ।

ତେବେ ଖାସ୍ କରି ଲୋକପ୍ରିୟ ସିନେମା ବାହୁବଲୀକୁ ପ୍ରଚାର ପାଇଁ ମନୋନୀତ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟାନର ଏବଂ ପୋଷ୍ଟର ତିଆରି କରାଯାଇଛି । ଏଥିରେ ସେ ଭିନ୍ନ ଭିନ୍ନ ଢଙ୍ଗରେ ମତଦାତାଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରୁଥିବାର ନଜର ଆସୁଛନ୍ତି । ମଧ୍ୟପ୍ରଦେଶର ପ୍ରତ୍ୟେକ ଜିଲ୍ଲା ଏବଂ ସହରରେ ଏଭଳି ପୋଷ୍ଟର ଦେଖିବାକୁ ମିଳୁଛି । ଯେଉଁଠି ଭୋଟ୍ ଦେବା ପାଇଁ ନିବେଦନ କରାଯାଇଛି । ତେବେ ବାହୁବଲୀର ପୋଷ୍ଟର ଦେଖି ମତଦାତା ମଧ୍ୟ ଖୁବ୍ ଆକର୍ଷିତ ହେଉଛନ୍ତି ଏବଂ ଭୋଟ୍ ଦେବା ପାଇଁ ଆଗ୍ରହ ଥିବା କଥା କହୁଛନ୍ତି ।