ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ! ୧୧୮୮ କୋଟି ଟଙ୍କାର ପୁଞ୍ଜିନିବେଶ

44

କନକ ବ୍ୟୁରୋ: ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ୩ଟି ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ । ଏହି ୩ଟି ପ୍ରକଳ୍ପ ପାଇଁ ୧୧ଶହ ୮୮ କୋଟି ଟଙ୍କାରେ ପୁଞ୍ଜି ବିନିଯୋଗ ହେବ । ପ୍ରକଳ୍ପଗୁଡିକ ହେଲା ବାଲେଶ୍ୱର ଇମାମି ପେପର ମିଲ, ଝାରସୁଗୁଡା ଅମ୍ବୁଜା ସିମେଂଟ ମିକ୍ସଚର ଓ ଖୋର୍ଦ୍ଧାର ସୂର୍ଯ୍ୟ ଫୁଡ । ୩ଟି ପ୍ରକଳ୍ପ ପାଇଁ ୨୬୧୭ ଜଣ ନିଯୁକ୍ତି ପାଇବେ ।ବାଲେଶ୍ୱର ଇମାମି ପେପର ମିଲ ପାଇଁ ୬୫୦ କୋଟି ଟଙ୍କା ନିବେଶ ସହ ୧୭୫୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଝାରସୁଗୁଡା ଅମ୍ବୁଜା ସିମେଂଟ ମିକ୍ସଚର ପ୍ରକଳ୍ପ ପାଇଁ ୪୩୦ କୋଟି ଟଙ୍କା ନିବେଶ ସହ ୩୦୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଖୋର୍ଦ୍ଧା ସୂର୍ଯ୍ୟ ଫୁଡ ପାଇଁ ୧୦୮ କୋଟି ଟଙ୍କା ନିବେଶ ସହ ୬୬୭ ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦେଇଛନ୍ତି ଇପିକଲ ଡିଜିଏମ ରାଜୀବ ଧଳ । ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।