ଅଶ୍ଳୀଳ ଗୀତ ଗାଇବା ମହଙ୍ଗା ପଡିଲା ! ଦୁଇ ବର୍ଷ ସଜ୍ଜା କାଟିବେ ପପ ସିଙ୍ଗର ।

71

ଅନ୍ତବସ୍ତ୍ର ପିନ୍ଧି କଦଳୀ ଖାଇବାର ଭିଡଓ ଭାଇରାଲ କରି ଜେଲ ଗଲେ ପପ ସିଙ୍ଗର । ଏଭଳି ଏକ ଘଟଣା ଇଜିପ୍ଟରେ ଦେଖିବାକୁ ମିଳିଛି।କୋର୍ଟ ତାଙ୍କୁ ଅଶ୍ଳିଳ ଭିଡିଓ ମାଧ୍ୟମରେ ଉତ୍ତେଜନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୨ବର୍ଷ ପାଇଁ ଜେଲକୁ ପଠାଇ ଦେଇଛନ୍ତି ।୨୫ ବର୍ଷିୟ ଶାୟମା ଅହମଦଙ୍କୁ ଗତ ମାସରେ ପୋଲିସ ଗିରଫ କରିଥିଲା ।

ଶାୟମାଙ୍କର ଗିରଫକୁ ନେଇ ସୋସିଆଲ ମିଡିଆରେ ବିରୋଧ କରାଯାଇଛି । ଅନେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ଏହା କେବଳ ଥାର୍ଡ ୱାର୍ଲଡ ଦେଶ ମାନଙ୍କରେ ହୋଇଥାଏ । ଏହି ଭିଡିଓର ନିର୍ଦ୍ଦେଶକଙ୍କୁ ମଧ୍ୟ ୨ ବର୍ଷ ପାଇଁ ଦଣ୍ଡ ଦିଆଯାଇଛି । ତା ସହ ଶାୟମାଙ୍କ ପାଖରୁ ୩୬ ହଜାରଟଙ୍କା ଜରିମାନା ଆଦାୟ କରିବାକୁ କୋର୍ଟ ନର୍ଦ୍ଦେଶ ଦେଇଛନ୍ତି । ନିମ୍ନ କୋର୍ଟର ରାୟ ବିରୋଧରେ ସେ ଉଚ୍ଚନ୍ୟାୟଳୟକୁ ଯିବେ ବୋଲି ଜଣାପଡିଛି ।

ଶାୟମା ଗିରଫ ହେବା ପୂର୍ବରୁ ଭୁଲ ମାଗିସାରିଛନ୍ତି । ଏହାକୁ ନେଇ ଶାୟମା ଲେଖିଥିଲେ, ଏପରି କିଛି ଘଟିବ ବୋଲି ମୁଁ କେବେ ଆଶା କରିନଥିଲି ଏବଂ ମୋ ଉପରେ ଏପରି ଆକ୍ରମଣ କରାଯିବ ବୋଲି କେବେ ଭାବିନଥିଲି । ସରକାର ଏହା ପୂର୍ବରୁ ଶାୟମାଙ୍କୁ କୌଣସି ସ୍ଥାନରେ ଷ୍ଟେଜ ସୋ ଉପରେ ରୋକ ଲଗାଇଛନ୍ତି । ଭିଡିଓରେ ସିଙ୍ଗର କଦଳୀ ଖାଇ ବୟଷ୍କଙ୍କ କ୍ଲାସରେ ପଢାଉଥିବା ନଜର ଆସିଛନ୍ତି ।

ଏହି ଭିଡିଓର ଟାଇଟଲ ଥିଲା ‘ଆଇ ହାବ ଇସୁଜ’ ।ଇଜିପ୍ଟକୁ ଏକ ରକ୍ଷଣଶୀଳ ଦେଶ କୁହାଯାଏ । ଏମପି ଜଲାଲ ଅବାରା କହିଛନ୍ତି ଯେ “ଭିଡିଓର କଂଟେଂଟ ଇଜିପ୍ଟବାସୀଙ୍କ ପାଇଁ କ୍ଷତିକାରକ ।” ଇଜିପ୍ଟର ସ୍ଥାନୀୟ ମିଡିଆ ମଧ୍ୟ ଶାୟମାଙ୍କୁ ନିନ୍ଦା କରି କହିଛନ୍ତି, ଏହା ଯୁବପିଢିଙ୍କ ପାଇଁ ଏକ ନକରାତ୍ମକ ଶିକ୍ଷା ।