ଗାୟିକା ନୀତି ମୋହନ ଚାହାନ୍ତି ବରୁଣ ଧାୱନଙ୍କ ପରି ବୟଫ୍ରେଣ୍ଡ ! ‘ଦ ଭଏସ ଇଣ୍ଡିଆ’ କାର୍ଯ୍ୟକ୍ରମରେ କଲେ ନିଜର ଇଚ୍ଛା ଜାହିର

66

ବରୁଣ ଧାୱନଙ୍କ ଫ୍ୟାନ ଫଲୋଇଙ୍ଗ ଧୀରେ ଧୀରେ ବଢିବାରେ ଲାଗିଛନ୍ତି । କେବଳ ସାଧାରଣ ଝିଅମାନେ ନୁହଁ ସିନେମାର ନାୟିକା ମଧ୍ୟ ତାଙ୍କ ପାଇଁ ପାଗଳ । କିନ୍ତୁ ଏବେ ଜଣେ ଗାୟିକା ତାଙ୍କର ଦିୱାନୀ ହୋଇ ଯାଇଛନ୍ତି ଏବଂ ଚାହୁଁଛନ୍ତି ବରୁଣଙ୍କ ପରି ବୟଫ୍ରେଣ୍ଡ । ସେ ସିଙ୍ଗର ଜଣକ ହେଲେ ନୀତି ମୋହନ ଯିଏ ବରୁଣ ଧାୱନଙ୍କ ଡେବ୍ୟୁ ସିନେମା ‘ଷ୍ଟୁଡେଣ୍ଟ ଅଫ ଦ ଇୟର’ରେ କଣ୍ଠଦାନ କରିଛନ୍ତି ।

ବରୁଣ ଧାୱନ ଓ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ଉଭୟଙ୍କ ଆଗାମୀ ସିନେମା ‘ବଦ୍ରୀନାଥ କୀ ଦୁହ୍ଲନିଆ’ର ପ୍ରଚାର ପାଇଁ ବ୍ୟସ୍ତ ଅଛନ୍ତି ଏବଂ ଏନେଇ ଉଭୟେ ‘ଦ ଭଏସ ଇଣ୍ଡିଆ’ ସଙ୍ଗୀତଭିତ୍ତିକ ରିଆଲଇଟି ସୋ’ ରେ ପହଞ୍ଚିଥିଲେ । ସୋ’ ରେ ସେମାନେ ବହୁତ ମସ୍ତୀ କରୁଥିବାର ଦେଖାଗଲା ।

ସେଠାରେ ବରୁଣ ଧାୱନ, ନୀତି ମୋହନଙ୍କ ସହ ଏକ ରୋମାଣ୍ଟିକ ଗୀତରେ ଡ୍ୟାନ୍ସ ମଧ୍ୟ କରିଥିଲେ । ବରୁଣଙ୍କ ସହ ଡ୍ୟାନ୍ସ ପରେ ନୀତି ବରୁଣଙ୍କ ଦିୱାନୀ ହୋଇଯାଇ କହିଲେ ମୋତେ ବରୁଣ ପରି ବୟଫ୍ରେଣ୍ଡ ହିିଁ ଦରକାର । ନୀତିଙ୍କୁ ବରୁଣଙ୍କ ପରି ବୟଫ୍ରେଣ୍ଡ ମିଳିବ କି ନାହିଁ ସେ କଥା ସମୟ କହିବ କିନ୍ତୁ ତାଙ୍କର ଏପରି କମଣ୍ଟେରେ ବରୁଣଙ୍କ ଗାର୍ଲଫ୍ରେଣ୍ଡ ବହୁତ ଗର୍ବ ଅନୁଭବ କରୁଥିବେ ।