ହନ୍ସ ରାଜଙ୍କ ପରେ ରାଜନୀତିକୁ ପ୍ରବେଶ କଲେ ଆଉ ଜଣେ ଗୀତିକାର ! ବିଜେପିରେ ସାମିଲ ହେଲେ ବିଖ୍ୟାତ କଣ୍ଠଶିଳ୍ପୀ ଦଲେର୍ ମେହେନ୍ଦୀ 

153

ବଲିଉଡ୍ ଅଭିନେତା ସନ୍ନି ଦେଓଲ ଏବଂ କଣ୍ଠଶିଳ୍ପୀ ହନ୍ସ ରାଜଙ୍କ ପରେ ଏବେ ବିଜେପି ହାତ ଧରିଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ । ଶୁକ୍ରବାର କଣ୍ଠଶିଳ୍ପୀ ହନ୍ସ ରାଜ୍ ଏବଂ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲଙ୍କ ଉପସ୍ଥିତିରେ ଦଲେର ମେହେନ୍ଦୀ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଦିଲ୍ଲୀର ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀ ଏବଂ କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ରହିଥିଲେ ।

ଏଇ କିଛି ଦିନ ମଧ୍ୟରେ ବିଜେପି ନିଜ ସହ ଅନେକ ବଡ଼ ବଡ଼ ଏବଂ ଚର୍ଚ୍ଚିତ କଳାକାରମାନଙ୍କୁ ଯୋଡ଼ୁଥିବା ଦେଖାଯାଇଛି । ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିରେ ଆଗକୁ ଆହୁରି ଅନେକ କଳାକାର ସାମିଲ ହୋଇ ପାରନ୍ତି ବୋଲି ଆଶା କରାଯାଉଛି । କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ସନ୍ନି ଦେଓଲ ବିଜେପିରେ ସାମିଲ ହୋଇଥିବା ବେଳେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ସାମିଲ ହୋଇଥିଲେ । କଂଗ୍ରେସରେ ସାମିଲ ହୋଇ ସେ ମୁମ୍ବାଇର ଉତ୍ତର ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବା ଜଣାପଡ଼ିଛି ।