ଛାତ୍ର ସଂସଦ ନିର୍ବାଚନକୁ ନେଇ ସରଗରମ କ୍ୟାମ୍ପସ୍ : ଗଣ୍ଡଗୋଳ ପରେ କ୍ୟାପିଟାଲ ଲ କଲେଜରେ ସାଇନ- ଏ – ଡାଏ

60

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛିି, ସେତିକି ଅଶାନ୍ତ ହେଉଛି କଲେଜ୍ କ୍ୟାମ୍ପସ । ଭୁବନେଶ୍ୱର କ୍ୟାପିଟାଲ ଲ କଲେଜରେ ସାଇନ- ଏ- ଡାଏ ଘୋଷଣା କରିଛନ୍ତି କର୍ତୃପକ୍ଷ । ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତେଜନା ହେବା ପରେ ଆଜି କଲେଜର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଏଥିରେ ଅନିର୍ଦିଷ୍ଟ କାଳ ପାଇଁ କଲେଜକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କର୍ତୃପକ୍ଷ । ସେପଟେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପୋଷ୍ଟର ଚିରାକୁ ନେଇ ଉତେଜନା ଦେଖା ଦେଇଛି। ୟୁନିଭରସିଟି ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।