ସିନ୍ଦୁର କିମ୍ବା ମଙ୍ଗଳସୂତ୍ର ନୁହେଁ ବିବାହର ପ୍ରମାଣ ! ପାରମ୍ପରିକ ରୀତିନୀତିରେ ବିବାହ ହେବ ଆଇନସିଦ୍ଧ

37

ସିନ୍ଦୁର କିମ୍ବା ମଙ୍ଗଳସୂତ୍ର ବିବାହର ପ୍ରମାଣ ନୁହେଁ । ଏପରି ରାୟ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ । ଏକ ମାମଲାର ଶୁଣାଣୀ ବେଳେ ବମ୍ବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ସିନ୍ଦୁର କିମ୍ବା ମଙ୍ଗଳସୂତ୍ର ପିନ୍ଧାଇଲେ ତାହା ବିବାହର ପ୍ରମାଣ ହେବ ନାହିଁ । ପାରମ୍ପରିକ ରୀତିନୀତି ଅନୁଯାୟୀ ବିବାହ ଅନୁଷ୍ଠିତ ହେଲେ ତାହା ବୈଧ ବୋଲି ହାଇକୋର୍ଟ ନିଜ ରାୟରେ ପ୍ରକାଶ କରିଛନ୍ତି ।

ମୁମ୍ବାଇର ଜଣେ ୩୮ବର୍ଷୀୟ ମହିଳା କରିଥିବା ମାମଲାର ଶୁଣାଣୀ ସମୟରେ ଏହି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ମହିଳା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଦୀର୍ଘ ଦେଢ ବର୍ଷ ହେଲା ସମ୍ପର୍କ ରଖିଥିଲେ । ତେବେ ଦୁହିଁଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ମଧ୍ୟ ରହିଥିବାରୁ ଏହି ସମ୍ପର୍କକୁ ବିବାହର ନାଁ ଦେବାକୁ ଚାହୁଁଥିଲେ ମହିଳା ।

ମହିଳାଙ୍କ କହିବା କଥା ହେଲା ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ସିନ୍ଦୁର ଓ ମଙ୍ଗଳସୂତ୍ର ପିନ୍ଧାଇଥିଲେ । ତେବେ ଏହା ୧୯୫୫ ହିନ୍ଦୁ ମ୍ୟାରେଜ ଆକ୍ଟ ଅନୁଯାୟୀ ବୈଧ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଉଭୟଙ୍କ ପରିବାର କିମ୍ବା କୌଣସି ବନ୍ଧୁ ଏହି ବିବାହର ସାକ୍ଷୀ ନାହାନ୍ତି । ଏପରିକି ଦୁହେଁ ଗୋଟିଏ ଘରେ ମଧ୍ୟ ରହୁନଥିବାରୁ ଏହାକୁ ଲିଭ୍-ଇନ ରିଲେସନ ବୋଲି ମଧ୍ୟ କୁହାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :