ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗ : ଭାରତକୁ ଚେତାବନୀ ଦେଲା ପାକିସ୍ତାନ,ଚୁକ୍ତି ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

24

କନକ ବ୍ୟୁରୋ : ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କଲେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାରତକୁ ଏଭଳି ଚେତାବନୀ ଦେଇଛି ପାକିସ୍ତାନ । ରେଡିଓ ପାକିସ୍ତାନର ଖବର ଅନୁଯାୟୀ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ନଫିସ ଜାକାରିଆ ଏପରି ଚେତାବନୀ ଦେଇଛନ୍ତି ।

ଜାକାରିଆ କହିଛନ୍ତି ଯେ ଭାରତ ୫୬ ବର୍ଷ ପୂରୁଣା ସିନ୍ଧୁ ଜଳ ଚୁକ୍ତିକୁ ସମୀକ୍ଷା କରିପାରେ । ତେବେ ପାକିସ୍ତାନ ପରିସ୍ଥିତି ଉପରେ କଡା ନଜର ରଖିଛି । ଆଉ ଯଦି ଭାରତ କୌଣସି ପରିସ୍ଥିତିରେ ଚୁକ୍ତି ଉଲଂଘନ କରେ ତେବେ ପାକିସ୍ତାନ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।