ଉରି ଆକ୍ରମଣ ପଡିପାରେ ମହଙ୍ଗା : ସିନ୍ଧୁ ନଦୀ ଜଳସନ୍ଧି ପୁନର୍ବିଚାର ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

59

କନକ ବ୍ୟୁରୋ : ଉରି ଆକ୍ରମଣ ପରଠାରୁ ପାକିସ୍ତାନକୁ ନେଇ ଭାରତ ଲଗାତାର କଠୋର ଆଭିମୁଖ୍ୟ ଗ୍ରହଣ କରି ଆସୁଛି । ଶନିବାର କୋଝିକୋଡରେ ପାକିସ୍ତାନକୁ କଡା ଶବ୍ଦରେ ଭର୍ତ୍ସନା କରିବା ପରେ ସିନ୍ଧୁସନ୍ଧି ଉପରେ ବିଚାର କରିବାକୁ ପ୍ରଧାନମନ୍ତ୍ରୀ ବୈଠକ ଡାକିଛନ୍ତି । ଆଜି ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସିନ୍ଧୁ ଜଳଚୁକ୍ତିର ପ୍ରଥମ ଥର ପାଇଁ ପୁର୍ନବିଚାର ହେବ ।

ପୂର୍ବରୁ ଜଳସଂପଦ ମନ୍ତ୍ରାଳୟ ଏନେଇ ବୈଠକ କରି ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଇସାରିଛି । ତେଣୁ ଆଜିର ବୈଠକରେ ସିନ୍ଧୁସନ୍ଧିର ହାନି ଲାଭ ଉପରେ ବିଚାର କରାଯିବ । ସିନ୍ଧୁ ଜଳ ଚୁକ୍ତି ଅନୁସାରେ ସିନ୍ଧୁ, ଚେନାବ, ଓ ଝେଲମ ନଦୀର ପାଣି ପାକିସ୍ତାନ ପାଇଥାଏ । ଭାରତର ବହୁଥିବା ନଦୀ ଜଳରେ ପାକିସ୍ତାନର ଅଧା ଅଂଚଳ ଜଳ ସେଚିତ ହୋଇଥାଏ । ଯଦି ଭାରତ ସିନ୍ଧୁ ଜଳ ଚୁକ୍ତି ବାତିଲ କରେ, ତେବେ ପାକିସ୍ତାନର ଅଧା ଅଂଚଳ ମରୁଭୂମି ପାଲଟି ଯିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।