ପେଟ ରୋଗର ଘରୋଇ ଉପଚାର ବିଷୟରେ ଜାଣନ୍ତୁ . . . .

821

ପେଟରେ କଷ୍ଟ ଅନୁଭବ ହେବା ଏକ ସାଧାରଣ ସମସ୍ୟା । ପେଟରେ ଅଚାନକ କଷ୍ଟ ଅନୁଭବ ହେବା କିମ୍ବା ପେଟରେ ର କୌଣସି ଭାଗରେ ଯନ୍ତ୍ରଣା ଅନୁଭବ କରିବା ଆଜିବା ସମୟରେ ଖୁବ ସାଧାରଣ ହୋଇଗଲାଣି । ଆଜିର ଆଧୁନିକ ଯୁଗରେ ତଥା ବିଶୃଙ୍ଖଳ ଖାଦ୍ୟଶୃଙ୍ଖଳ ଯୋଗୁଁ ଏପରି ହେବା ସ୍ୱାଭାବିକ । ପେଟ ଯନ୍ତ୍ରଣା କୌଣସି ବି ବୟସର ବ୍ୟକ୍ତିଙ୍କୁ ହୋଇପାରେ । ଛୋଟ ପିଲାମାନେ ପେଟରେ ଯନ୍ତ୍ରଣା ଅନୁଭବ ହେଉଥିବା କଥା ବେଶୀ କୁହନ୍ତି । ତେବେ ଆସନ୍ତୁ ଜାଣିବା ଏହି ରୋଗରୁ ବଞ୍ଚିବା ପାଇଁ କିଛି ଘରୋଇ ଉପଚାର ବିଷୟରେ ଜାଣିବା . . .

୧. ତିନି ଚାରୋଟି ରସୁଣ କୋଲାକୁ ରାଶିରେ ବାଟି ଖାଇଲେ ପେଟ ରୋଗ ଭଲ ହୁଏ ।

୨.ଖାଦ୍ୟ ଖାଇବା ପରେ ଖଣ୍ଡେ ଅଦା ଚୋବାଇ ଖାଇଲେ ପେଟର ବାୟୁ, ଅଜୀର୍ଣ୍ଣ, ବାନ୍ତି ଓ ନାଳ ଝାଡା ଆଦି ଭଲ ହୋଇଥାଏ ।

୩. ପୋଦିନା ପତ୍ର ରସ ସହିତ କଳା ପିପ୍ପଳୀ ଚୂର୍ଣ୍ଣ ଅଳ୍ପ ମିଶାଇ ଖାଇଲେ ଅଜୀର୍ଣ୍ଣ ଦୂର ହୁଏ । ପୋଦିନା ପତ୍ରକୁ ବାଟି ରସରେ କଳା ଲୁଣ ମିଶାଇ ଦିନକୁ ୩/୪ ଥର ପିଇଲେ ପେଟ ଯନ୍ତ୍ରଣା ଭଲ ହୁଏ ।

୪.ପିତ୍ତ ଦୋଷ, ଅଜୀର୍ଣ୍ଣ ବାନ୍ତି ଓ ଡାଇରିଆ ରୋଗରେ ଏକ ଗ୍ଲାସ ପାଣିରେ ଚାମୁଚେ ଜିରା ପକାଇ ଅଧ ଗ୍ଲାସ ପାଣି ରହିବା ପର୍ଯ୍ୟନ୍ତ ତାକୁ ଫୁଟାନ୍ତୁ । ଉକ୍ତ ପାଣିକୁ ଥଣ୍ଡା କରି ଛାଣି ସେଥିରେ ଚାମୁଚେ ଧନିଆ ପତ୍ର ରସ ଓ ଟିକେ ଲୁଣ ମିଶାଇ ଦୁଇଥର ଖାଦ୍ୟ ଖାଇ ସାରିବା ପରେ ପିଇଲେ ରୋଗ ଭଲ ହୁଏ ।

୫. ଖାଇବା ପୂର୍ବରୁ ଅଳ୍ପ ହେଙ୍ଗୁ ଗରମ ପାଣି ସହିତ ଖାଇଲେ ଅଜୀର୍ଣ୍ଣ ଓ ପେଟ ଫମ୍ପା ରୋଗ ଭଲ ହୁଏ ।

୬. ପ୍ରତିଦିନ ପାନ ମଧୁରୀ ଚୋବାଇ ଖାଇଲେ ପେଟର ବାୟୁ ଦୋଷ ଭଲ ହୁଏ ।

୭. ଗୋଟିଏ ଗ୍ଲାସ ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ଚା’ଭଳି ଧୀରେ ଧୀରେ ପିଇଲେ ଭଲ କାର୍ଯ୍ୟ କରିଥାଏ । ପ୍ରତ୍ୟକ ଢ଼ୋକ ଏକ ମିନିଟ୍ ପାଟିରେ ରଖି ତା’ପରେ ଗିଳିବା ଉଚିତ୍ ।

୮. ଅଜୀର୍ଣ୍ଣ ଓ ଯକୃତ ରୋଗରେ ମେଥି ଶାଗ ଖାଇଲେ ରୋଗ ଭଲ ହୁଏ ।

୯. ଝାଡ଼ା ଯିବାପରେ ପେଟରେ ଯନ୍ତ୍ରଣା ହେଲେ ଗୋଟିଏ ଗ୍ଲାସ ଦହିରେ ଫାଳେ ଲେମ୍ବୁ ରସ ମିଶାଇ ଦିନକୁ ୩ଥର ଦୁଇଦିନ ପିଇଲେ ରୋଗ ଭଲ ହୁଏ ।

୧୦. ଡାଇରିଆ, ବାନ୍ତି ଓ ଅଜୀର୍ଣ୍ଣ ରୋଗରେ ତଟକା ଘୋଳ ଦହି ସହିତ ଦୁଇ ଚାମୁଚ ଧନିଆ ରସ ମିଶାଇ ଖାଇଲେ ରୋଗ ଭଲ ହୁଏ ।

୧୧. ୩୦ଗ୍ରାମ ପିଆଜ, ୭ଟି ଗୋଲମରିଚ ଅଧା ଚାମୁଚ ଚିନି ମିଶାଇ ବାଟି , ସେଇ ବଟାକୁ ଖାଇଲେ ତରଳ ଝାଡା ଓ ବାନ୍ତି ଭଲ ହୁଏ ।

୧୨. ପୁରାତନ ଝାଡା ଓ ପେଟ ଫମ୍ପା ରୋଗରେ ଏକ ଗ୍ଲାସ ଦହିରେ ୧ଚାମୁଚ ହଳଦୀ ଗୁଣ୍ଡ ମିଶାଇ ପିଇଲେ ଉପକାର ମିଳିଥାଏ ।

୧୩. ଖାଇବା ପୂର୍ବରୁ ୧ ଗ୍ଲାସ ଗରମ ଜଳ ପାନ କଲେ ଅଜୀର୍ଣ୍ଣ ଦୂର ହୁଏ ।

୧୪. ପ୍ରାତଃ କାଳରେ ୧କପ ଲାଉରସ ପିଇବାଦ୍ୱାରା ପେଟର ସମସ୍ତ ବିକାର ଦୂର ହୋଇଥାଏ ଓ ଭବିଷ୍ୟତରେ ମଧ୍ୟ ହୁଏ ନାହିଁ ।