ଜାଣିବାକୁ ଚାହୁଁଛନ୍ତି କି ରୁପି ଦୂର କରିବାର ସରଳ ଉପାୟ ? ଆପଣାନ୍ତୁ ଏହି ସୂତ୍ର

66

ନାରୀର କେଶବିନ୍ୟାସ ଅନ୍ୟତମ ପ୍ରମୁଖ ସୈାନ୍ଦର୍ଯ୍ୟ । କେଶର କଳା ରଙ୍ଗ, ଘନତ୍ୱ ପ୍ରତ୍ୟେକ ନାରୀର ଅହେତୁକ ଦୁର୍ବଳତା । ବର୍ଷାଦିନେ କେଶ ସମସ୍ୟା ବଢ଼ିଥାଏ । ରୁପିର ସମସ୍ୟା ଏହି ଦିନେ ସବୁଠୁ ଅଧିକ ହୋଇଥାଏ । ସେଥିପାଇଁ କେତୋଟି ସରଳ ଉପଚାର ହେଉଛି ।

୧ – ସପ୍ତାହକୁ ଥରେ କେଶରେ ଦହି ଓ ଗୋଲମରିଚ ଗୁଣ୍ଡର ପ୍ୟାକ୍ ଲଗାଇବେ । ୨୦ ମିନିଟ୍ ଏହି ପ୍ୟାକକୁ କେଶରେ ରଖି ପରେ ଶ୍ୟାମ୍ପୁ କରିନେବେ ।
୨ – ରାତିରେ ନଖଉଷୁମ ଅଲିଭ ତେଲକୁ କେଶମୂଳରେ ମାଲିସ୍ କରନ୍ତୁ । ତହିଁ ଆରଦିନ ସକାଳୁ କେଶ ସଫା କରିନେବେ । ଦିନେ ଛଡ଼ା ଏହି ଉପାୟ କଲେ ରୁପିରୁ ରକ୍ଷା ମିଳେ ।
୩ – ୨ ବଡ଼ ଚାମଚ ଭିନେଗାରକୁ ଏକ ମାତ୍ରରେ ନେଇ ଭଲ ଭାବରେ ଗରମ କରିବେ । ଥଣ୍ଡା ହେଲା ପରେ ଏଥିରେ ପାଣି ମିଶାଇ କେଶମୂଳରେ ମାଲିସ୍ କଲେ ମଧ୍ୟ ରୁପିରୁ ରକ୍ଷା ମିଳିଥାଏ ।
୪ – ଶାମ୍ପୁ କଲାବେଳେ ୧ ଛୋଟ ଚାମଚ ବେକିଂ ସୋଡ଼ା ନେଇ ଶାମ୍ପୁରେ ମିଶାଇ କେଶ ସଫା କରିବେ । କେଶରେ ନୂଆ ଚମକ ଆସିବା ସହ ରୁପି ଦୂର ହୁଏ ।
୫ – ନଡ଼ିଆ ତେଲ ଓ ଲେମ୍ବୁରସ ସମାନ ପରିମାଣରେ ନେଇ କେଶରେ ମାଲିସ୍ କରନ୍ତୁ । ୧ଘଣ୍ଟା ପରେ କେଶକୁ ପାଣିରେ ଧୋଇନିଅନ୍ତୁ ।
୬ – ଘି-କୁଆଁରୀ ରସକୁ କେଶରେ ଲଗାଇ ୧୫ ମିନିଟ୍ ଶ୍ୟାମ୍ପୁ କଲେ ମଧ୍ୟ ରୁପି ଦୂର ହୁଏ ।
୭ – ଏକ ବଡ଼ ପାତ୍ରରେ ପାଣି ନେଇ ସେଥିରେ ନିମ୍ବ ପତ୍ର ଫୁଟାନ୍ତୁ ପରେ ସେହି ପାଣିକୁ ଥଣ୍ଡା କରି କେଶ ଧୋଇନେବେ ।
୮ – କେଶରୁ ରୁପି ଦୂର କରିବା ସହ ଘନତ୍ୱ ବଢ଼ାଇବାରେ ମେହେନ୍ଦୀ ଖୁବ୍ ସହାୟକ ହୋଇଥାଏ । ମେହେନ୍ଦୀରେ ଅଁଳା ଗୁଣ୍ଡ,ଲେମ୍ବୁ ରସ , ନଡିଆ ତେଲ ମିଶାଇ ପ୍ୟାକ୍ ଭାବରେ କେଶରେ ଲଗାଇବେ । ୨ଘଣ୍ଟା ପରେ କେଶ ସଫା କରିବେ ।