ନବୀନ୍ ନିବାସର ଭିତିରି କଥା ! ଇଣ୍ଡିଆ ଟୁଡେରେ ମୁଖ୍ୟମନ୍ତ୍ରୀଙ୍କ ସରଳ ଜୀବନର ନିଛକ ଛବି

36

କନକ ବ୍ୟୁରୋ : ପୋଷା କୁକୁର ବ୍ରୁନୋ ଓ ରକ୍ସି ସହ ନବୀନ । ଘରେ ଫଟା ଆରାମ ଚୌକି । ହାୱାଇ ଚପଲ ଆଉ ଗୋଲାପ ଚିତ୍ର । ଇଣ୍ଡିଆ ଟୁଡେରେ ପ୍ରକାଶିତ ଏସବୁ ଫଟୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରଳ ଜୀବନ ଯାପନକୁ ସାମ୍ନାକୁ ଆଣିଛି । ହେଲେ ଏହି ଫଟୋ ପଛରେ ଉଦ୍ଦେଶ୍ୟ କଣ? ସରଳ ଜୀବନକୁ ଦର୍ଶାଇ ଭୋଟରଙ୍କ ହୃଦୟରେ ଯାଗା ଖୋଜୁଛନ୍ତି କି ନବୀନ? ନବୀନଙ୍କ ଏହି ଭାବମୁର୍ତ୍ତି ସାମ୍ନାକୁ ଆଣିବା ପ୍ରାୟୋଜିତ ନୁହେଁ ତ?

ତେବେ ବଡ କଥା ହେଉଛି ଚିତ୍ର ପ୍ରତି ଥିବା ଅହେତୁକ ଆଦର ନବୀନଙ୍କ ଗୋଲାପ ଚିତ୍ରରୁ ସାମ୍ନାକୁ ଆସିଛି । ଯାହା ତଳେ ତାଙ୍କ ସ୍ୱାକ୍ଷର ମଧ୍ୟ ରହିଛି । ନବୀନଙ୍କ ଏହି ଜୀବନଶୈଳୀକୁ ନେଇ ଆରମ୍ଭ ହୋଇଛି ରାଜନୀତି ।

ସାକ୍ଷାତକାରରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ସମାଲୋଚନା କରିଛନ୍ତି ନବୀନ । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କୁ କରିଛନ୍ତି ଟାର୍ଗେଟ୍ । କହିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ଅଂଚଳରେ ବିଜେପି ପଂଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିନି । ଏପରିକି ରାଜ୍ୟ ସଭାପତି ନିଜ ଅଂଚଳରେ ଖାତା ଖୋଲିପାରିନାହାନ୍ତି । ପରୋକ୍ଷରେ ବିଜେପିର ବାସ୍ତବ ଚିତ୍ରକୁ ନବୀନ ସାମ୍ନାକୁ ଆଣିଥିବା ଚର୍ଚ୍ଚା ହେଉଛି ।

ଇଣ୍ଡିଆ ଟୁଡେର ଏହି ସାକ୍ଷାତକାର ନବୀନଙ୍କ ଭାବମୁର୍ତ୍ତକୁ କେତେ ସଜାଡୁଛି ଆଉ ସରଳ ଜୀବନ ଯାପନର ଚିତ୍ର ୧୭ ବର୍ଷ ପରେ ସାମ୍ନାକୁ ଆସିବାର ପ୍ରଭାବ କଣ ରହୁଛି, ତା ଉପରେ ନଜର ।

ଦେଖନ୍ତୁ ଏହି ଭିଡିଓ :