ଭବିଷ୍ୟ ପାଇଁ ଟଙ୍କା ନିବେଶ କରୁଛନ୍ତି କି ? ତେବେ ଏହି ୫ଟି କଥା ଉପରେ ରଖନ୍ତୁ ଧ୍ୟାନ, କେବେ ବି ହଇରାଣରେ ପଡିବେ ନାହିଁ ଆପଣ ।

155

ସମସ୍ତ ଲୋକ ଚାହାଁନ୍ତି କିପରି ଭାବରେ ସେମାନେ ଭଲରେ ରହିବେ । ନିଜର ଶାନ୍ତି ଓ ସମୃଦ୍ଧି ପାଇଁ ଅନେକ ପ୍ରକାର କାମ ମଧ୍ୟ କରନ୍ତି ସେମାନେ । ଏପରି କି ନିଜର ଆର୍ଥିକ ଅବସ୍ଥାର ସୁଧାର ପାଇଁ ଅନେକ ସ୍ଥାନରେ ନିଜର ଅର୍ଜିତ ଟଙ୍କା ମଧ୍ୟ ଲଗାଇଥାଆନ୍ତି । ତେବେ ଯଦି ଆପଣ କେଉଁ ସ୍ଥାନରେ ବି ଟଙ୍କା ବିନିଯୋଗ କରୁଛନ୍ତି ତେବେ ଏହା ଉପରେ ନିଶ୍ଚୟ ଭାବରେ ଧ୍ୟାନ ଦିଅନ୍ତୁ । ଯଦି ଆପଣ ପ୍ରଥମ କରି ଅର୍ଥାତ ନୂଆ କରି କୈାଣସି ସ୍ଥାନରେ ଟଙ୍କା ବିନିଯୋଗ କରୁଛନ୍ତି ତେବେ ତାହାଲେ ଏହି କଥା ନିଶ୍ଚୟ ରୂପେ ଧ୍ୟାନ ଦିଅନ୍ତୁ । ତେବେ ନୂଆକରି ଟଙ୍କା ଲଗାଇଥିବା ଲୋକଙ୍କ ମଧ୍ୟରେ ରୋଜଗାର ଓ ଖର୍ଚ୍ଚ ମଧ୍ୟରେ ନିହାତି ଭାବରେ ସନ୍ତୁଳନ ରହିବା ଆବଶ୍ୟକ । ପ୍ରତ୍ୟେକ ମାସରେ କେତେ ଟଙ୍କା ରୋଜଗାର ହେଉଛି ତାହର ହିସାବ ମଧ୍ୟ ରଖିବାର ଆବଶ୍ୟକତା ରହିଛି ।

ତେବେ ଏହାର ମାନେ ନୁହେଁ ପ୍ରଥମ ମାସରେ ଏତେ ପରିମାଣରେ ଟଙ୍କା କେଉଁଠାରେ ନିବେଶ କରନ୍ତୁ ନାହିଁ କି ଦ୍ୱିତୀୟ ମାସରେ ଜମା କରିବା ପାଇଁ ଅନ୍ୟ କାହାପାଖରେ ହାତ ପତାଇବାକୁ ପଡିବ । ତେଣୁ ପ୍ରଥମେ ଚିନ୍ତା କରିବାର ଆବଶ୍ୟକତା ରହିଛି ଯେ ଆପଣ କେତେ ପରିମାଣରେ ଟଙ୍କା ସଚଂୟ କରିବେ । ତେବେ କାହକୁ ଦେଖି ପଇସା କେତେ ରଖିବେ ତାହା ନିର୍ଣ୍ଣୟ କରନ୍ତୁ ନାହିଁ । ନିଜର ବଜେଟ ଅନୁସାରେ ସଦାସର୍ବଦା ସଚଂୟ କରନ୍ତୁ । ଯେଉଁଠାରେ ଟଙ୍କା ନିବେଶ କରୁଛନ୍ତି ତାହା ସମ୍ପର୍କରେ ସମସ୍ତ ତଥ୍ୟ ପ୍ରଥମେ ବୁଝନ୍ତୁ । ଉଦାହରଣ ଆପଣ ଯେଉଁଠାରେ ଅର୍ଥ ନିବେଶ କରିଛନ୍ତି ତାହା କେତେ ଦିନ ପାଇଁ କରୁଛନ୍ତି । କେତେ ପରିମାଣରେ ଲାଭ ପାଇବେ ଆଦି ସମସ୍ତ କଥା ଜାଣିରଖନ୍ତୁ । ଆପଣ ଚିନ୍ତା କରିଥିବା ଲକ୍ଷ୍ୟ ସ୍ଥଳରେ ସେବେ ପହଚିଂବେ ଯେତେବେଳେ ଆପଣ ତାହାର ସମ୍ପୂର୍ଣ୍ଣ ରୋଡ ମ୍ୟାପ ତିଆରି କରିଥିବେ । ଏହାପରେ ଚିନ୍ତା କରିଥିବା ଟଙ୍କା ଆପଣ ନିଶ୍ଚୟ ରୂପରେ ପାଇବେ । ତେବେ ଯେଉଁ ପରମାଣରେ ଆପଣ ନିବେଶ କରିବା ପାଇଁ ଚିନ୍ତା କରୁଛନ୍ତି ସେହିପରି ଭାବରେ ନିଜକୁ ପ୍ରସ୍ତୁତ କରିବା ପାଇଁ ପଡିବ ଯେଉଁଥିରେ କି ଆପଣ ପୂର୍ବରୁ ନିଜକୁ ହିଁ ପ୍ରସ୍ତୁତ କରିପାରିବେ ।

ସାଧାରଣ ଭାବରେ ସ୍ମାର୍ଟ ନିବେଶକ ଆମେ ମାନେ ସେଇମାନଙ୍କୁ କହିବେ ଯେଇଁମାନେ ସଠିକ ସମୟରେ ସେମାନଙ୍କ ଲକ୍ଷ୍ୟକୁ ହାସଲ କରିବେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେପରି ଭାବରେ ଆପଣ ଚିନ୍ତା କରୁଛନ୍ତି ସେହିପରି ଭାବରେ ଆପଣ ନିଜକୁ ସଠିକ ଭାବରେ ପ୍ରସ୍ତୁତ କରିବା ପାଇଁ ପଡିବ । ଏହାସହ ଯେଉଁମାନେ ବି ନିବେଶ କରୁଛନ୍ତି ସେମାନଙ୍କୁ ଧ୍ୟାନ ରଖିବା ପାଇଁ ପଡିବ ଯେ, ସେତେବେଳ ସମୟରେ ବଜାରର ଆର୍ଥିକ ସ୍ଥିତି କିପରି ଭାବରେ ରହିଛି । ଯଦି ସମସ୍ତ ପୁଜିଂ କେବଳ ନିବେଶ କରିବେ ତେବେ ନିଜେ ହଇରାଣରେ ପଡିପାରନ୍ତି । ବେଳେ ଏପରି ହୁଏ ବଜାରରେ ଆର୍ଥିକ ପରିସ୍ଥିତି ଖରାପ ହେବାରୁ ମ୍ୟାଚୁରିଟି ସମୟ ପୂର୍ବରୁ ମଧ୍ୟ ଅର୍ଥ ଉଠାଇବାକୁ ପଡିଥାଏ । ଏହା କରିବା ଦ୍ୱାରା ଲକ୍ଷ କରିଥିବା ଅର୍ଥ କେବେ ହେଲେ ମିଳିପାରିବ ନାହିଁ । ନିଜର ଭବିଷ୍ୟ ପାଇଁ ଚିନ୍ତା କରିବା ପାଇଁ କେବଳ ଅର୍ଥ ନିବେଶ କଲେ ହେବ ନାହିଁ ବରଂ ସବୁଦିନ ନିଜକୁ ବଜାର ସହ ଚଳାଇବାକୁ ପଡିବ ।