ମ୍ୟାଲେରିଆ ପ୍ରକୋପରୁ କେମିତି ବଞ୍ଚିବେ ଜାଣିଛନ୍ତି କି ? ମନେରଖନ୍ତୁ କିଛି ଉପଚାର କାମରେ ଲାଗିପାରେ ।

89

ଆମ ଦେଶରେ କୋଟି କୋଟି ସଂଖ୍ୟାରେ ମ୍ୟାଲେରିଆରେ ପୀଡ଼ିତ ଲୋକ ପ୍ରତିଦିନ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଯେଉଁଠି ଛୋଟ ପିଲା ଯାହାର ବୟସ ୫ ବର୍ଷରୁ କମ ତାଙ୍କ ସଂଖ୍ୟା ସବୁଠାରୁ ଅଧିକ ଥାଏ । ମ୍ୟାଲେରିଆ ଏକ ଗମ୍ଭୀର ରୋଗ । ମ୍ୟାଲେରିଆରେ ଠିକ ସମୟରେ ଚିକିତ୍ସା ନକରାଇଲେ ଆପଣ ମୃତ୍ୟୁ ମୁଖରେ ପଡ଼ିପାରନ୍ତି ।

ମଶା କାକୁଡ଼ିବା ଦ୍ୱାରା ନିଦ ଖରାପ ହେବା ସହ ଏହା କଷ୍ଟକର ମଧ୍ୟ ହୁଏ । ମ୍ୟାଲେରିଆ ଏକ ବହୁତ ପୁରୁଣା ରୋଗ । ମ୍ୟାଲେରିଆ ହେବା ଦ୍ୱାରା ସବୁବେଳ ଦେହରେ ଜ୍ୱର ରୁହେ । ଏହି ଜ୍ୱର ୩-୪ ଘଂଟା ପର୍ୟ୍ୟନ୍ତ ଆସେ । ମ୍ୟାଲେରିଆ ହେବା ଦ୍ୱାରା ମୁଣ୍ଡ ବ୍ୟଥା ଓ ବାନ୍ତି ହୁଏ । ଜ୍ୱର ଓହ୍ଲାଇଲା ପରେ ମଧ୍ୟ ରୋଗୀ ଦୁର୍ବଳ ଅନୁଭବ କରେ । ଯଦି ଆପଣଙ୍କ ଘରେ ଛୋଟ ଛୋଟ ପିଲା ଅଛନ୍ତି ତେବେ ଆପଣ ଅଧିକ ଧ୍ୟାନ ଦେବା ଜରୁରୀ । ଏପରିସ୍ଥଳେ ପିଲାମାନେ ଯଦି ଖେଳିବା ପାଇଁ ପାର୍କ ଆଦି ସ୍ଥାନକୁ ଯାଉଛନ୍ତି ତାଙ୍କୁ ମ୍ୟାଲେରିଆ ରୋଗ ହେବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ପିଲାଙ୍କୁ ମଶାରୁ କିପରି ଦୂରେଇ ରଖିବେ ।

୧. ଠିକ ପୋଷାକ ଓ ଜୋତା ପିନ୍ଧନ୍ତୁ – ମଶା ପାଦରେ ଅଧିକ କାମୁଡ଼ନ୍ତି । ଧ୍ୟାନ ଦିଅନ୍ତୁ ଯେତବେବେଳ ଆପଣଙ୍କ ପିଲା ବାହାରକୁ ଖେଳିବା ପାଇଁ ଯାଉଛନ୍ତି, ସେତେବେଳେ ତାକୁ ଉଜିତ ଜୋତା ପିନ୍ଧାଇ ବାହାରକୁ ଛାଡ଼ନ୍ତୁ । ଯଦ୍ୱାରା ସେ ସେମାନେ ମଶା କାମୁଡ଼ାରୁ ବଞ୍ଚି ପାରିବ । ତେବେ ପିଲାମାନେ ଘରୁ ବାହରକୁ ଯିବା ପୂର୍ବରୁ ଧ୍ୟାନ ଦିଅନ୍ତୁ ଆପଣ ପିଲାଙ୍କୁ ହାଲୁକା ତଥା ସୂତା ପୋଷାକ ପିନ୍ଧିବା ପାଇଁ ଦିଅନ୍ତୁ ।

୨. ନିଜ ଘରେ କବାଟ ଓ ଝରକା ବନ୍ଦ ରଖନ୍ତୁ – ସନ୍ଧ୍ୟା ହେଲା ବେଳକୁ କବାଟ, ଝରକା ବନ୍ଦକରି ଦିଅନ୍ତୁ । କାରଣ କବାଟ, ଝରକା ଖୋଲିବା ଦ୍ୱାରା ମଶା ଓ ଅନ୍ୟାନ୍ୟ ବିଷାକ୍ତ ଜୀବ ଘରକୁ ଆସିବାର ଭୟ ଥାଏ । ଏପରି କରିବା ଦ୍ୱାରା ଆପଣଙ୍କ ପିଲା ମ୍ୟାଲେରିଆ ତଥା ଅନ୍ୟାନ୍ୟ ରୋଗରୁ ରକ୍ଷା ପାଇ ପାରିବ ।

୩. ସନ୍ଧ୍ୟାରେ ପିଲାଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ – ଚେଷ୍ଟା କରନ୍ତୁ ସନ୍ଧ୍ୟାରେ ପିଲାଙ୍କୁ ବାହାରକୁ ନଛାଡ଼ିବା ପାଇଁ । କାରଣ ଛୋଟ ପିଲା ନଜାଣି କୁଆଡ଼େ ଯିବେ ଓ ଅଜାଣତରେ ରୋଗକୁ ଆମନ୍ତ୍ରଣ କରିବେ ।

୪. ଘରେ ମଶା ମରା ଔଷଧ ସିଞ୍ଚନ କରନ୍ତୁ – ମଶାକୁ ଦୂରେଇବା ପାଇଁ ଔଷଧ ସିଞ୍ଚନ କରନ୍ତୁ । ଦୋକାନରେ ଅନେକ ପ୍ରକାରର ଔଷଧ ଉପଲବ୍ଧ, ଯାହା ଆପଣ ଘରେ ସିଞ୍ଚି ପାରିବେ ଓ ମ୍ୟାଲେରିଆ ରୋଗରୁ ରକ୍ଷା ପାଇ ପାରିବେ । ବାହାରକୁ ଗଲେ ମଶାମରା କ୍ରିମ ମଧ୍ୟ ଲଗାଇ ବାହାରକୁ ଯାହାନ୍ତୁ ।