ସିମି ଆତଙ୍କବାଦୀଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହେଲା ଜୋରଦାର୍ ରାଜନୀତି : ସସପେନ୍ସ ଉପରୁ ପରଦା ହଟାଇବ ଏନଆଇଏ

44

କନକ ବ୍ୟୁରୋ : ଭୋପାଳ ଜେଲରୁ ଫେରାର ଆତଙ୍କବାଦୀମାନଙ୍କୁ ଏନକାଂଉଟର ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି । ଏହି ଆଠଜଣଙ୍କ ଭିତରୁ କାହାକୁ ଧରାନଯାଇ ସମସ୍ତଙ୍କୁ ଗୁଳି ମାରିଦିଆଯିବାକୁ ନେଇ ରାଜନେତାମାନେ ଭିନ୍ନ ଭିନ୍ନ ପ୍ରଶ୍ନ ଉଠାଇଛନ୍ତିି ।

ଦିଗବିଜୟ କହିଛନ୍ତି ଆତଙ୍କବାଦୀମାନେ ଖସି ପଳାଇବା ଯୋଜନାବଦ୍ଧ ଷଡ଼ଯନ୍ତ୍ର କି ନୁହେଁ ତାର ତଦନ୍ତ ହେବା ଆବଶ୍ୟକ । ଏହି ଘଟଣା ପରେ ସାଂପ୍ରଦାୟିକ ସଦଭାବନା ଯେଭଳି କ୍ଷତି ନହେବ ସେଥିପ୍ରତି ଦୃଷ୍ଟି ଦେବା ଦରକାର । ଏହି ଘଟଣାରେ ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ ବୋଲି ଦାବି ହୋଇଛି । ଏହି ଏନକାଂଉଟର ଆଶ୍ଚର୍ଯ୍ୟ ଓ ବିସ୍ମୟ ବୋଲି କହିଛନ୍ତି ଓଏସି ।

ସେହିଭଳି ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ଗୋ÷ର କହିଛନ୍ତି ଯେ ଆତଙ୍କବାଦୀଙ୍କୁ ସିଧାସଳଖ ଗୁଳି କରି ମାରିଦେବା ଆବଶ୍ୟକ । ଏଥିପାଇଁ ନିୟମରେ ପରିବର୍ତନ କରି ଦେବା ଉଚିତ । ଏବେ ଭାରତୀୟ ଜନତା ପାର୍ଟି ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ନଦେଖେଇବା ପାଇଁ କହୁଥିବା ବେଳେ ବିରୋଧୀ ଦଳ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛନ୍ତି ।